ଆଶାପୁରା ମାତା

ଅମରେଲି ଜିଲ୍ଲାର ଗଧକ୍ଡ଼ା ଗ୍ରାମରେ ଥିବା ଆଶାପୁରା ଦେବୀଙ୍କର ଫଟୋ

ଆଶାପୁରା ମାତା (ଇଂରାଜୀ ଭାଷାରେ Ashapura Mata) ଦେବୀଙ୍କର ଏକ ଆକାର ଯାହାଙ୍କୁ କୁଚ ଜିଲ୍ଲାରେ (Kutch) ମୂଖ୍ୟ ଦେବୀ ଭାବରେ ପୂଜା କରାଯାଏ । ତାଙ୍କ ନାମରୁ ସେ ତାଙ୍କୁ ପୂଜା ଓ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କର ଆଶା ଓ ଇଚ୍ଛା ପୂରଣ କରୁଥିବା ଦେବୀ ବୋଲି ଜଣାଯାଏ । ଅନେକ ଜାଗାରେ ତାଙ୍କର ସାତ ଯୋଡ଼ା ଆଖି ଥିବା ମୂର୍ତ୍ତି ଦେଖାଯାଏ ।

ଆଶାପୁରା ମାତାଙ୍କର ମନ୍ଦିରମାନ ମୂଖ୍ୟତଃ ଗୁଜରାଟରେ ଦେଖାଯାଏ । ସେ ଅନ୍ନପୂର୍ଣ୍ଣା ଦେବୀଙ୍କର ଅବତାର ବୋଲି ଅନେକ ଲୋକ ବିବେଚନା କରନ୍ତି ।

କୁଳଦେବୀ

କୁଚି ଗୋଷ୍ଠୀର ଲୋକ, ବିଲୋର ଓ ଚୌହାନମାନଙ୍କର (Chauhans) ଜାତି ଦେବୀ, ଜାଡେଜା ରାଜପୁତ (Jadeja Rajput), କୁଚ ରାଜ୍ୟର (Cutch State) ଶାସକ, ନ‌ୱନ‌ଗର ରାଜ୍ୟ (Nawanagar State), ରାଜକୋଟ (Rajkot), ମୋରଭି (Morvi), ଗୋଣ୍ଡଲ ରାଜ୍ୟ (Gondal State), ଆମ୍ବ୍ଲିଆରା ରାଜ୍ୟ (Ambliara State), ଓ ଧ୍ରୋଲ ବରିଆ (Dhrol (baria state) ରାଜ୍ୟ ଗୁଡ଼ିକରେ ତାଙ୍କୁ କୁଳଦେବୀ (Kuldevi) ମାନ୍ୟତା ଦିଅନ୍ତି । କୁଚରେ (Kutch) ଥିବା ମାତା ନୋ ମଧ (Mata no Madh) ମୂଖ୍ୟ ମନ୍ଦିରରେ ସେ ଜାଡେଜା ଶାସକମାନଙ୍କର କୁଳଦେବୀ ଓ ଅଭିଭାବକ ଦେବୀ ଭାବରେ ପୂଜା ପାଆନ୍ତି ।[] କୁଚରେ ଥିବା ଗୋସର ଓ ପୋଲାଡ଼ିଆ ଜାତୀର ଲୋକମାନେ ତାଙ୍କୁ କୂଳଦେବୀ ଭାବରେ ପୂଜା କରନ୍ତି ।

ସିନ୍ଧି (Sindhi ଗୋଷ୍ଠୀର ଖିଚଡ଼ି ଦଳ ତାଙ୍କର କୁଳଦେବୀ ଭାବରେ ଆଶାପୁରାଙ୍କର ପୂଜା କରନ୍ତି । ଗୁଜରାଟ ଜୁନାଗଡ଼ର ଦେବଚନ୍ଦ ପରିବାର ଉପରକୋଟରେ ଥିବା ମନ୍ଦିରରେ ଆଶାପୁରାଙ୍କୁ କୁଳଦେବୀ ରୂପରେ ପୂଜା କରନ୍ତି ।

ଗୁଜରାଟରେ ଅନେକ ଚୌହାନମାନେ ଯେପରିକି ପୁରବିଆ ଚୌହାନ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି ପୂଜା କରନ୍ତି । ଦେବଦା (Devda) ରାଜପୁତମାନେ ମଧ୍ୟ ତାଙ୍କୁ କୁଳଦେବୀ ରୂପେ ପୂଜା କରନ୍ତି । ବିଲ୍ଲୋର, ଗୌର ଥାଙ୍କି, ପଣ୍ଡିତ ଓ ଦାଭେ ପୁଷ୍କର୍ଣ୍ଣ, ସୋମ୍‌ପୁରା ସଲତ ଆଦି ବ୍ରାଜ୍ମଣମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି । ବୈଶ୍ୟ ଜାତିର ଲୋକମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି । ବ୍ରହ୍ମ କ୍ଷତ୍ରୀମାନେ ବି ତାଙ୍କୁ କୁଳଦେବୀ ମାନନ୍ତି ।

ଧାର୍ଫା (Dhrafa), ସୁରତ (Surat) ଓ (Rajkot) ରାଜକୋଟରେ ଥିବା ଲୋହନା (Raghuvanshi Lohana) ଜାତିର ଲୋକମାନେ ତାଙ୍କୁ କୁଳଦେବୀ ଭାବରେ ପୂଜା କରନ୍ତି ।

ମନ୍ଦିର

ଆଶାପୁରା ମାତାଙ୍କର ମୂଳ ମନ୍ଦିର କୁଚର 'ମାତା ନୋ ମଧ' (Mata no Madh) ସ୍ଥାନରେ ଅଛି ଯେଉଁଠାରେ କୁଚର ଜାଡେଜା ଶାସକମାନେ ତାଙ୍କୁ କୁଳଦେବୀ ଓ ସ୍ଥାନର ସୁରକ୍ଷାକାରିଣୀ ଭାବରେ ପୂଜା କରନ୍ତି ।[][] ମୂଳ ମନ୍ଦିର ଭୁଜର ୮୦କି:ମି: ଦୂରରେ ଅଛି ଓ ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଥିଲା । ଏହାକୁ ସନ ୧୩୦୦ରେ କୁଚ ଶାସକଙ୍କର ସଭାସଦ ଥିବା ବଣିଆ ଜାତିର କରଦ ପୁନଃନିର୍ମାଣ କରିଥିଲେ । ଦେବୀଙ୍କର ଆଶିର୍ବାଦ ପାଇ ଯୁଦ୍ଧରେ ଜୟଯୁକ୍ତ ହେବାପରେ ଜାଡେଜା ଶାସକ ତାଙ୍କୁ କୁଳଦେବୀ ରୂପେ ଗ୍ରହଣ କରିଥିଲେ । [] ପ୍ରତି ବର୍ଷ ନବରାତ୍ରୀ ବାର୍ଷିକ ମେଳା ଦିନ ଲକ୍ଷ ଲକ୍ଷ ଲୋକ ମୁମ୍ବାଇ ଓ ଗୁଜରାଟରୁ 'ମାତା ନୋ ମଧ' ଆସି ଠାକୁରାଣୀଙ୍କର ପୂଜାର୍ଚ୍ଚନା କରନ୍ତି । [] ଅନ୍ୟ ଏକ ମଧିର ଭୁଜରେ (Bhuj) ଅଛି ଯାହା ପୂର୍ବରୁ କଚ ରାଜ୍ୟର ରାଜଧାନୀ ଥିଲା ।

ତାଙ୍କର ମନ୍ଦିରମାନ ଥିବା ଅନ୍ୟାନ୍ୟ ସ୍ଥାନ‌ଗୁଡ଼ିକର ନାମ: ରାଜକୋଟ (Rajkot), ଜାସଦାନ (Jasdan),[] ମୋର୍ବି (Morbi), ଗୋନ୍ଦଲ (Gondal), ଜାମନ‌ଗର (Jamnagar),[] ଘୁମଲି (Ghumli),[] ଯେଉଁଠାକୁ ଜାଡେଜାମାନେ କଚରୁ ଆସି ମନ୍ଦିର ତିଆରି କରି ତାଙ୍କୁ କୁଳ ଦେବୀର ମାନ୍ୟତା ଦେଲେ । [][][]

ବରଦା ପାହାଡ଼ ଉପରେ ସତୀଙ୍କ ଅନୁରୋଧ କ୍ରମେ ମା ଶକ୍ତି ଗୋଟିଏ ରାକ୍ଷସକୁ ମାରିଦେବା ପରେ ତାଙ୍କୁ ସେହି ପାହାଡ଼ ଉପରେ ରହିବାକୁ ସତୀ ଅନୁରୋଧ କରିଥିଲେ ଓ ତାଙ୍କୁ ଆଶାପୁରା ନାମ ଦେଇଥିଲେ । ଏହା ମାତାଜୀଙ୍କର ପ୍ରଥମ ମନ୍ଦିର । ତାଙ୍କ କଥା ଓ ତାଙ୍କର ସିଂହର ଗର୍ଜନ ଏବେବି ଶୁଣାଯାଏ ।

ଅମରେଲି ଜିଲ୍ଲାର ଗଧକଡ଼ା ଗ୍ରାମରେ ଆଶାପୁରା ମାତାଜୀଙ୍କର ମନ୍ଦିର ଅଛି । ନବରାତ୍ରୀର ପ୍ରଥମ ଦିନରେ ଅନେକ ଲୋକ ମାତାଜୀଙ୍କର ଯଜ୍ଞ ଦେଖିବାକୁ ଏଠାକୁ ଆସନ୍ତି ।

ରାଜସ୍ଥାନର ପୋଖରାନ (Pokhran), ମୋଦ୍ରାନ (Modran) ଓ ନାଡୋଲରେ (Nadol) ତାଙ୍କର ମନ୍ଦିର ଅଛି । ମୁମ୍ବାଇରେ ତାଙ୍କର ପ୍ରସିଦ୍ଧ ଆଶାପୁରା ମାତା ମନ୍ଦିର ଅଛି ।

ବେଙ୍ଗାଳୁରୁର ବନେରଘଟ୍ଟ ଜାତୀୟ ଉଦ୍ୟାନ (Bannerghatta National Park) ପାଖରେ ଆଶାପୁରା ମାତାଜୀ ମନ୍ଦିର ତାଙ୍କ ନାମରେ ଉତ୍ସର୍ଗ ହୋଇଛି ।

ପୁଣେର କୋନ୍ଧ‌ୱା ପାଖରେ ତାଙ୍କର ମନ୍ଦିର ଅଛି ।

ଆଧାର