ଉଦଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୧,୪୧୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଉଦଳା (କ୍ରମିକ ସଂଖ୍ୟା: ୩୧) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉଦଳା (ବି), ଉଦଳା ବ୍ଳକ, ଗୋପବନ୍ଧୁ ନଗର ବ୍ଳକ ଓ କପ୍ତିପଦା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇ, ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କଠାରୁ ୧୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ଅଛନ୍ତି ।[୪]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗୋଲକ ବିହାରୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇଙ୍କଠାରୁ ୮୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କଠାରୁ ୧୧,୧୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଉଦଳା [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଶ୍ରୀନାଥ ସୋରେନ ୪୦,୫୯୭ ୩୫.୫୩ -
କଂଗ୍ରେସ ଅନଙ୍ଗ ଚରଣ ସେନାପତି ୨୯,୪୦୪ ୨୫.୭୪ -
ଝାମୁମୋ ଦୁଲାଳ ସୋରେନ ୧୭,୨୩୭ ୧୫.୦୯ -
ଭାଜପା ବିଜୟ କୁମାର ସେନାପତି ୧୪,୪୭୨ ୧୨.୬୭ -
ସ୍ୱାଧୀନ ଶିଶିରବିନ୍ଦୁ ନାୟକ ୬,୩୮୨ ୫.୫୯ -
ସପା ଦୁଃଖୀଶ୍ୟାମ ମୁର୍ମୁ ୨,୩୨୨ ୨.୦୩ -
ସ୍ୱାଧୀନ ବେଣୁଧର ମହାପାତ୍ର ୧,୧୬୬ ୧.୦୨ -
ସ୍ୱାଧୀନ କୈଳାଶ ଚନ୍ଦ୍ର ସିଂହ ୧,୦୬୬ ୦.୯୩ -
ସମୃଦ୍ଧ ଓଡ଼ିଶା ମକୁ ସିଂ ୧,୦୪୮ ୦.୯୨ -
ସ୍ୱାଧୀନ ନରେଶ ଟୁଡୁ ୫୬୨ ୦.୪୯ -
ଭୋଟ ବ୍ୟବଧାନ ୧୧,୧୯୩ ୯.୮୦* -
ମତଦାନ ହାର ୧,୧୪,୩୮୧ ୭୦.୩୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୧୯ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]

ଆଧାର