ଓଲିକ୍ରାନନ୍ ବର୍ସାଇଟିସ
ଓଲିକ୍ରାନନ୍ ବର୍ସାଇଟିସ (Olecranon bursitis) | |
---|---|
Elbow bursitis, liquid elbow, elbow bump, student's elbow, Popeye elbow, baker's elbow | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ଚିକିତ୍ସା ବିଜ୍ଞାନ (orthopedics) |
ଲକ୍ଷଣ | ଇଡିମା (Swelling), ଏରିଥେମା (redness), ଓ କହୁଣୀ (elbow) ଅଗରେ ଯନ୍ତ୍ରଣା[୧][୨] |
କାରଣ | ଆଘାତ, ଚାପ ଓ ସଂକ୍ରମଣ (infection)[୧] |
ବିପଦ କାରକ | ରିଉମାଟଏଡ ଆର୍ଥ୍ରାଇଟିସ, ବାତରକ୍ତ (gout)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଉପରେ ପର୍ଯ୍ୟବସିତ[୩] |
ସଠିକ ରୋଗ ନିର୍ଣ୍ଣୟ | ସେପ୍ଟିକ ଆର୍ଥ୍ରାଇଟିସ (Septic arthritis), ଟେଣ୍ଡିନାଇଟିସ (tendinitis), ସେଲ୍ୟୁଲାଇଟିସ (cellulitis)[୪] |
ପ୍ରତିକାର | କହୁଣୀ ପ୍ୟାଡ (Elbow pads)[୨] |
ଚିକିତ୍ସା | ସମ୍ଭାବ୍ୟ ଆଘାତ ଏଡ଼େଇବା, ଇଲାସ୍ଟିକ ବ୍ୟାଣ୍ଡେଜ ବ୍ୟବହାର କରିବା, ଏନଏସଏଆଇଡି (NSAIDs), ନିଷ୍କାସନ କରିବା ଓ ଅପରେଶନ କରିବା[୧][୨] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ ବେମାରୀ[୨] |
ଓଲିକ୍ରାନନ୍ ବର୍ସାଇଟିସ (ଇଂରାଜୀ ଭାଷାରେ Olecranon bursitis) ରୋଗରେ କହୁଣୀ ଅଗ୍ରଭାଗ ଲାଲ ଦେଖାଯାଏ, ଫୁଲିଯାଏ ଓ ଯନ୍ତ୍ରଣା ହୁଏ ।[୧][୨] ସଂକ୍ରମଣ (infection) ଯୋଗୁ ହେଉଥିଲେ ଜ୍ୱର ରହିପାରେ ।[୨] ଏହା ଅପେକ୍ଷାକୃତ ଏକ ସାଧାରଣ ବେମାରୀ ଓ ବର୍ସାଇଟିସ (bursitis) ରୋଗମାନଙ୍କ ମଧ୍ୟରେ ମଧ୍ୟ ଏକ ପ୍ରମୁଖ ରୋଗ ।[୨]
ଏହାର କାରଣ ସମ୍ପର୍କରେ ଅନୁଶୀଳନ କଲେ ଦେଖାଯାଏ, ଆଘାତ ବା କହୁଣୀ ଉପରେ ଅଧିକ ଚାପ ପଡ଼ିଲେ ହୁଏ ଓ ଏହା ବ୍ୟତୀତ ସଂକ୍ରମଣ (infection) ବା ଅନ୍ୟାନ୍ୟ ଭେଷଜ ରୋଗ ଯେପରିକି ରିଉମାଟଏଡ ଆର୍ଥ୍ରାଇଟିସ, ବାତରକ୍ତ (gout) କାରଣରୁ ହୋଇପାରେ ।[୧] କେତେକ କାର୍ଯ୍ୟ ଯେପରିକି ବଗିଚା, ମେସିନ, ଖଣି ଓ ପ୍ଲମ୍ବିଙ୍ଗ କାମ ସହିତ ଏ ରୋଗ ସଂଯୁକ୍ତ ଥାଏ ।[୨] ରୋଗ ଥିବା ସ୍ଥାନରେ ଚର୍ମ ଓ ଓଲିକ୍ରାନନ (olecranon) ଅସ୍ଥି ମଧ୍ୟରେ ସାଧାରଣତଃ ଏକ ବର୍ସା (fluid filled sac) ବା ଏକ ସ୍ୱଳ୍ପ ତରଳ ପଦାର୍ଥ ଭରା ଥଳି ଥାଏ ଯାହାର ପ୍ରଦାହ (inflammation) ହୋଇ ଅଧିକ ତରଳ ପଦାର୍ଥ ଜମିଯାଏ ।[୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ନିର୍ଭର କରେ ।[୩]
ସମ୍ଭାବ୍ୟ ଆଘାତ ଏଡ଼େଇବା, ଇଲାସ୍ଟିକ ବ୍ୟାଣ୍ଡେଜ ବ୍ୟବହାର କରିବା ଓ ଏନଏସଏଆଇଡି (NSAIDs) ଔଷଧ ଦେଇ ଚିକିତ୍ସା କରାଯାଏ ।[୧][୨] ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ (antibiotics) ଓ ଅଧିକ ତରଳ ପଦାର୍ଥ ଜମିଥିଲେ ଅପରେଶନ କରି ନିଷ୍କାସନ କରାଯାଏ ।[୧] ସ୍ଟିରଏଡ steroid ଇଞ୍ଜେକସନ ଦେବାରେ ମତୈକ୍ୟ ନାହିଁ ।[୫] ଅନ୍ୟ ସମସ୍ତ ଉପଚାର ଫଳପ୍ରଦ ନହେଲେ ଅପରେଶନ କରିବାକୁ ସୁପାରିସ କରାଯାଏ ।[୧]
ଆଧାର
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Elbow (Olecranon) Bursitis". AAOS. Retrieved 19 February 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Reilly, D; Kamineni, S (January 2016). "Olecranon bursitis". Journal of shoulder and elbow surgery. 25 (1): 158–67. doi:10.1016/j.jse.2015.08.032. PMID 26577126.
- ↑ ୩.୦ ୩.୧ "Bursitis - Musculoskeletal and Connective Tissue Disorders". MSD Manual Professional Edition (in ଇଂରାଜୀ). Retrieved 19 February 2018.
- ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 229. ISBN 9780323529570.
- ↑ Sayegh, ET; Strauch, RJ (November 2014). "Treatment of olecranon bursitis: a systematic review". Archives of orthopaedic and trauma surgery. 134 (11): 1517–36. doi:10.1007/s00402-014-2088-3. PMID 25234151.
ବାହ୍ୟ ଲିଙ୍କ
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
|