କୋରାଖଇ
ଆରମ୍ଭ | |
---|---|
ଅଲଗା ନାଆଁ | ମୁଆଁ |
ମୂଳ ଜାଗା | ଭାରତ |
ଅଞ୍ଚଳ | ଭୁବନେଶ୍ୱର, ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ମନ୍ଦିର ଭୋଗ |
ମୂଳ ଉପାଦାନ | ଖଇ, ଗୁଡ଼, ନଡ଼ିଆ, ଗୁଜୁରାତି ଅଳେଇଚ |
କୋରାଖଇ ଏକ ଓଡ଼ିଆ ଖାଦ୍ୟ ଯାହା ଖଇ, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏହି ଖାଦ୍ୟ ପାଇଁ ଜଣାଶୁଣା । ଓଡ଼ିଶାର ମନ୍ଦିରମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।[୧]
ଉପାଦାନ
ତିଆରି ପ୍ରଣାଳୀ
ରାସେଣି/ସିରା ତିଆରି:
- ଏଥି ପାଇଁ ଗୁଡ଼ ବା ଚିନିକୁ ଗରମ ପାଣିରେ ମିଳାଇ ବହଳିଆ ରାସେଣି ତିଆରି କରାଯାଇଥାଏ । ସେଥିରେ ଗୁଜୁରାତି ଅଳେଇଚ ଓ ଖଣ୍ଡ ନଡ଼ିଆ ମିଶାଯାଇଥାଏ ।
କୋରା ତିଆରି:
- କୋରା ବା କୋରାଖଇ ପାଇଁ ଏହି ରାସେଣିରେ ଖଇ ଗୋଳାଇ ଘଣ୍ଟାଯାଇଥାଏ ଯେମିତି ଏହା ସବୁ ଖଇ ସହ ଭଲଭାବରେ ଲାଗିଯିବ । ଏହା ପରେ ଏହି ଉଖୁଡ଼ାକୁ ହାତରେ ବା ଏକ ପାତ୍ର ସାହାଯ୍ୟରେ ଚାପି ବଡ଼ ବଡ଼ ଖଣ୍ଡ ତିଆରି କରାଯାଇଥାଏ ।