ଜୀଜାଜୀ ଛତ୍ ପର୍ ହେଁ

ଜୀଜାଜୀ ଛତ୍ ପର୍ ହେଁ
ଶୈଳୀସିଟକମ
ଲେଖକମନୋଜ ସନ୍ତୋଷୀ
ରଘୁବୀର ଶେଖାୱତ
ନିର୍ଦ୍ଦେଶନାଶଶାଙ୍କ ବଲି
କଳାକାରହିବା ନୱାବ
ନିଖିଲ ଖୁରାନା
ଅନୁପ ଉପାଧ୍ୟାୟ
ଦେଶଭାରତ
ମୂଳ ଭାଷାହିନ୍ଦୀ
ଭାସଗ seasons
ଅଧ୍ୟାୟ ସଂଖ୍ୟା୨୫୭ as of ୨୮ ଡିସେମ୍ବର ୨୦୧୮
Production
Producer(s)ସଞୟ କୋହଲୀ
ବିନୈଫେର କୋହଲୀ
ସ୍ଥାନସାନିଆ ଫିଲ୍ମ ସ୍ତୁଡିଓ, ନାଏଗାଁଓ
Camera setupମଲ୍ଟି-କ୍ୟାମେରା
Running time୨୨ ମିନିଟ
Production company(s)ଏଡିଟ II ପ୍ରଡକ୍ସନ୍ସ []
Distributorସୋନି ପିକଚର୍ସ ନେଟୱର୍କ୍ସ
Release
ମୂଳ ଚେନାଲ୍ସବ ଟିଭି
Picture format576i ଏସଡିଟିଭି
1080i ଏଚଡିଟିଭି
Audio formatହିନ୍ଦୀ
ମୁକ୍ତିଲାଭ ତାରିଖ9 ଜାନୁଆରୀ 2018 (2018-01-09) – ବର୍ତ୍ତମାନ
External links
Official website

ଜୀଜାଜୀ ଛତ୍ ପର୍ ହେଁ (English: Is Brother-in-law on Terrace?) ଏକ ଭାରତୀୟ ହିନ୍ଦୀ ସିଟକମ ଧାରାବାହିକ । ଏହାର କାହାଣୀ ଇଲାଇଚି (ହିବା ନୱାବ) ନାମକ ଏକ ଯୁବତୀ ଏବଂ ପଞ୍ଚମ (ନିଖିଲ ଖୁରାନା) ନାମକ ଏକ ଯୁବକକୁ ନେଇ ଗଢ଼ି ଉଠିଛି । [] ଏଡିଟ ୨ ପ୍ରଡକ୍ସନ୍ସ ଏହି ଧାରାବାହିକର ନିର୍ମାତା ଅଟନ୍ତି । ଏହି ଧାରାବାହିକ ୯ ଜାନୁଆରୀ, ୨୦୧୮ରୁ ପ୍ରସାରିତ ହୋଇ ଆସୁଛି ।

କଥାସାର

ମୁରାରୀ ବଂସଲ (ଅନୁପ ଉପାଧ୍ୟାୟ) ଦିଲ୍ଲୀର ଚାନ୍ଦନୀ ଚୌକରେ ଏକ ଲେହେଙ୍ଗା ଦୋକାନର ମାଲିକ । ସେ ନିଜ ସ୍ତ୍ରୀ କରୁଣା (ସୋମା ରାଥୋଡ଼) ଏବଂ ଝିଅ ଇଲାଇଚି (ହିବା ନୱାବ) ସହିତ ରହେ । ଇଲାଇଚି ଏକ ବହୁତ ଚତୁର ଝିଅ । ତା' ପାଖରେ ନିଜ କାମ ହାସଲ କରିବା ପାଇଁ ଅନେକ ଉପାୟ ଅଛି । ୨୨ ବର୍ଷ ବୟସର ହୋଇଥିଲେ ମଧ୍ୟ ପ୍ରତିବର୍ଷ ପରୀକ୍ଷାରେ ଜାଣିଶୁଣି ଫେଲ ହୋଇ ସେ ଏବେ ମଧ୍ୟ ସ୍କୁଲ ଯାଉଛି ଯାହାଦ୍ୱାରା ତାକୁ ବିବାହ କରିବାକୁ ପଡ଼ିବନି । ଦିନେ ମୁରାରୀ ନିଜ ବସା ପଞ୍ଚମକୁ (ନିଖିଲ ଖୁରାନା) ଭଡ଼ାରେ ଦେଇଦେଲା । ପଞ୍ଚମ ଆଗ୍ରାର ୨୪ ବର୍ଷ ବୟସର ଯୁବକ ଏବଂ ଜଣେ ସଂଗୀତ ନିର୍ଦ୍ଦେଶକ ହେବାର ସ୍ୱପ୍ନ ଦେଖେ କିନ୍ତୁ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ମୁରାରୀ ଦୋକାନରେ କାମ କରେ । ସେ ନିଜ ସାଙ୍ଗ ପିଣ୍ଟୁ (ହରବୀର ସିଂ) ସହିତ ଦିଲ୍ଲୀ ଆସି ସେଠାରେ ରହୁଛି । ଯେହେତୁ ମୁରାରୀ ନିଜ ବସା କେବଳ ବିବାହିତ ଦମ୍ପତିଙ୍କୁ ଭଡ଼ାରେ ଦେବାକୁ ସ୍ଥିର କରିଛି, ତେଣୁ ପଞ୍ଚମ ଏବଂ ପିଣ୍ଟୁ ବିବାହିତ ଦମ୍ପତି ହୋଇଥିବାର ନାଟକ କରନ୍ତି । କିନ୍ତୁ ଇଲାଇଚିକୁ ଦୁହିଙ୍କର ନାଟକ ବିଷୟରେ ଜଣା ପଡିଯାଏ । ଏପରି ସ୍ଥଳେ ଦୁଇ ଜଣ କିପରି ନିଜ ଅସଲ ପରିଚୟକୁ ଲୁଚାଇ ରଖିପାରୁଛନ୍ତି ତାହାକୁ ନେଇ ଏହି ଧାରାବାହିକଟି ପର୍ଯ୍ୟବସିତ ।

କଳାକାର

  • ହିବା ନୱାବ ଇଲାଇଚି ଚରିତ୍ରରେ । ସେ ୨୨ ବର୍ଷର ଏକ ଜିଦ୍ଦି ଓ ଚୁଲବୁଲୀ ଝିଅଟିଏ । ତାକୁ ସବୁକିଛି ତା ଇଚ୍ଛା ଅନୁସାରେ ଦରକାର ।
  • ନିଖିଲ ଖୁରାନା ପଞ୍ଚମ ଚରିତ୍ରରେ । ସେ ସଂଗୀତ ନିର୍ଦ୍ଦେଶକ ହେବାର ସ୍ୱପ୍ନ ଦେଖୁଥାଏ କିନ୍ତୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମୁରାରୀର ଦୋକାନରେ କାମ କରେ ଏବଂ ସେହି ଘରର ଛାତ ଉପରେ ଏକ ବସାରେ ରହେ । ସେ ଅନେକ ଥର ଇଲାଇଚିର ମସ୍ତିର ଶିକାର ହେଇଯାଏ । []
  • ଅନୁପ ଉପାଧ୍ୟାୟ ମୁରାରୀ ବଂସଲ ଚରିତ୍ରରେ । ସେ ଇଲାଇଚିର ପିତା ଏବଂ ଏକ ଲେହେଙ୍ଗା ଦୋକାନର ମାଲିକ । ସେ ଜଣେ କଞ୍ଜୁସ ବ୍ୟକ୍ତି । ନିଜ ଝିଅ ଇଲାଇଚିର ବିବାହ କେମିତି କରାଇବେ ତା' ତାଙ୍କର ସବୁଠାରୁ ବଡ଼ ଚିନ୍ତା ।
  • ସୋମା ରାଥୋଡ଼ କରୁଣା ଚରିତ୍ରରେ । ସେ ମୁରାରୀର ସ୍ତ୍ରୀ, ଇଲାଇଚିର ମାତା ଏବଂ ଛଟଙ୍କିର ଭଉଣୀ । ସେ ଜଣେ ସାଧାରଣ ଗୃହିଣୀ । ଯଦିଓ ବେଳେ ବେଳେ ସେ ଚିଡ଼ିଉଠେ ସେ ଏକ ନିଷ୍ଠାବାନ ଗୃହିଣୀ ଓ ଏକ ସ୍ନେହୀ ମା' ।
  • ହରବୀର ସିଂ ପିଣ୍ଟୁ ଚରିତ୍ରରେ । ସେ ପଞ୍ଚମର ସବୁଠାରୁ ଭଲ ସାଙ୍ଗ ଓ ତାର ନକଲି ସ୍ତ୍ରୀ ମଧ୍ୟ ।
  • ଯୋଗେଶ ତ୍ରିପାଠୀ ଛୋଟେ ଚରିତ୍ରରେ । ସେ ଜଣେ ବାରିକ ଏବଂ ସେହି ଅଞ୍ଚଳର ସବୁଠାରୁ ବଡ଼ ଗପୁଡ଼ି । ତା'ର "ମନ୍ଦାକିନୀ ହେୟାର ରିମୁଭ ସେଲୁନ" ନାମକ ଏକ ଦୋକାନ ଅଛି ।
  • ରାଶୀ ବାୱା ସୁନୀତା ଚରିତ୍ରରେ । ସେ ଇଲାଇଚିର ସବୁଠାରୁ ପ୍ରିୟ ସାଙ୍ଗ । ସେ ସବୁବେଳେ ଇଲାଇଚି ସହିତ ସେଲଫି ଉଠଉଥାଏ ।
  • ଫିରୋଜ ଛଟଙ୍କି ଚରିତ୍ରରେ । ସେ କରୁଣାର ଭାଇ ।
  • ନବୀନ ବାୱା ଦାରୋଗା ପିଙ୍କୀ ଚରିତ୍ରରେ । ଆଇନ-ସେବାଠାରୁ ତା'ର ରୁଚି ରୋଷେଇ, ଲୁଗାବୁଣା ଆଦି ଘରକାମ କରିବାରେ । []
  • ସାହେବ ଦାସ ମାଣିକପୁରୀ ମଙ୍ଗୀଲାଲ ଚରିତ୍ରରେ । ସେ ଏକ କନଷ୍ଟେବଳ ଏବଂ ଦାରୋଗା ପିଙ୍କି ଅଧିନରେ କାମ କରେ ।

ଆଧାର