ପାଟକୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୭,୮୨୬
ଜିଲ୍ଲା: କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପାଟକୁରା (କ୍ରମିକ ସଂଖ୍ୟା: ୯୬) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଡେରାବିଶ ବ୍ଳକ, ଗରଦପୁର ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୯୨୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିଙ୍କଠାରୁ ୪୭୭୧୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍ଲା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୪୪,୯୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୧୯ ବିଧାନ ସଭା ଉପ-ନିର୍ବାଚନ

୨୦୧୯ ବିଧାନ ସଭା ନିର୍ବାଚନ ପାଟକୁରାରେ ଚତୁର୍ଥ ପର୍ଯ୍ୟାୟରେ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[୪] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୫] ଜୁଲାଇ ୨୪ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି ଏହି ଆସନରୁ ଜିତିଥିଲେ ।[୬]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପାଟକୁରା [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବେଦ ପ୍ରକାଶ ଅଗ୍ରୱାଲା ୭୧,୭୨୫ ୪୯.୧୨ -
ଭାଜପା ବିଜୟ ମହାପାତ୍ର ୪୪,୯୯୦ ୩୦.୮୧ -
କଂଗ୍ରେସ ନାରାୟଣ ପ୍ରସାଦ ସ୍ୱାଇଁ ୨୬,୧୩୧ ୧୭.୮୯ -
ବସପା ନାରାୟଣ ପ୍ରସାଦ ଜେନା ୧,୦୮୫ ୦.୭୪ -
ଜନତା ଦଳ (ସଂ) ବିରଜା ଶଙ୍କର ମିଶ୍ର ୮୭୮ ୦.୬୦ -
କଳିଙ୍ଗ ସେନା ସତିଶ କୁମାର ଜୟସ୍ୱାଲ ୬୯୫ ୦.୪୮ -
ସମୃଦ୍ଧ ଓଡ଼ିଶା ଲୋଭାରାଣୀ ଜେନା ୫୨୮ ୦.୩୬ -
ଭୋଟ ବ୍ୟବଧାନ ୨୬,୭୩୫ ୧୮.୩୧* -
ମତଦାନ ହାର ୧,୪୬,୦୬୪ ୬୮.୫୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୮] [୯][୫]

ଆଧାର

ବାହାର ତଥ୍ୟ