ପୋର୍ଟାଲ:ବିଜ୍ଞାନ

ବିଜ୍ଞାନ

ନୋବେଲ ପୁରସ୍କାର
ନୋବେଲ ପୁରସ୍କାର

ବିଜ୍ଞାନ (ବିଶେଷ ଜ୍ଞାନ ବା Science Latin: scientiaରୁ ଆସିଅଛି ଯାହାର ଅର୍ଥ "ଜ୍ଞାନ") ବିଶ୍ଵର ଏକ ଜ୍ଞାନକୁ ଏକ ଉପଯୁକ୍ତ ପରଖାଯାଇ ପାରୁଥିବା ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁମାନ ସହ ପ୍ରମାଣ କରାଯାଇପାରୁଥିବା ବ୍ୟବସ୍ଥା । ଏହା ଏକ ସୁବ୍ୟବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ଵର ସମସ୍ତ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା, ପରୀକ୍ଷା, ଗବେଷଣା, ଅନୁମାନ ଏବଂ ପଠନ କରାଯାଇଥାଏ । ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ ।

ପୁରା ପଢନ୍ତୁ...

ବଛା ଲେଖା

ଓମ'ଙ୍କ ନିୟମ
ଓମ୍‌ଙ୍କ ନିୟମ ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ୍ ବିଭାବାନ୍ତର ସହ ସମାନୁପାତି । ପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ ।

ଏଠାରେ I ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ (ଆମ୍ପିଅର ଏକକରେ), V ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ (ଭୋଲ୍‌ଟ ଏକକରେ) ଓ R ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ (ଓମ୍ ଏକକରେ) ।

ଏହି ନିୟମଟି ଜର୍ମାନ ଗଣିତଜ୍ଞ ଜର୍ଜ୍ ଓମ୍‌ଙ୍କ ନାମ ଅନୁସାରେ ନାମିତ ହୋଇଅଛି ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...


ବଛା ଜୀବନୀ

ମାଇକେଲ ଫାରାଡ଼େ
ମାଇକେଲ ଫାରାଡ଼େ
b. ୧୭୯୨/୧୮୬୭

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...


ଆପଣ କିପରି ସହଯୋଗ କରିପାରିବେ

ପଦାର୍ଥ ବିଜ୍ଞାନ
ଶ୍ରେଣୀ:ପଦାର୍ଥ ବିଜ୍ଞାନ
ରସାୟନ ବିଜ୍ଞାନ
ଶ୍ରେଣୀ:ରସାୟନ ବିଜ୍ଞାନ
ଜୀବ ବିଜ୍ଞାନ
ଶ୍ରେଣୀ:ଜୀବ ବିଜ୍ଞାନ
ଚିକିତ୍ସା ବିଜ୍ଞାନ
ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ବୈଷୟିକ ବିଜ୍ଞାନ
ଶ୍ରେଣୀ:ବୈଷୟିକ ବିଜ୍ଞାନ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ

ଉଇକିପ୍ରକଳ୍ପ ଗୁଡ଼ିକ

ପୋର୍ଟାଲ:ବିଜ୍ଞାନ/Projects

ଆଲୋଚ୍ୟ ବିଷୟ

ପୋର୍ଟାଲ:ବିଜ୍ଞାନ/Topics


ସମ୍ପର୍କିତ ଅନ୍ୟାନ୍ୟ ପୋର୍ଟାଲ


Purge server cache