ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍
ଧୃବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ) ବା ପିଏସ୍ଏଲଭି, ବିଶ୍ୱର ସବୁଠୁ ଭରସାଯୋଗ୍ୟ ଉପଗ୍ରହ ପ୍ରକ୍ଷେପଣ ଯାନ । ପିଏସ୍ଏଲଭିର ଲମ୍ବ ୪୪ ମିଟର, ଯାହାକି ଏକ ୧୨ ମହଲା ବିଲ୍ଡିଂର ଉଚ୍ଚତା ସହ ସମାନ । ବ୍ୟାସାର୍ଦ୍ଧ ୨.୮ ମିଟର । ୪ଟି ସ୍ତର ବିଶିଷ୍ଟ ଏହି ପ୍ରକ୍ଷେପଣ ଯାନରେ ଉଭୟ କଠିନ ଓ ତରଳ ଇନ୍ଧନ ବ୍ୟବହାର କରାଯାଉଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିଏସ୍ଏଲଭିର ୩ଟି ସଂସ୍କରଣ ବିକାଶ କରିଛି ଇସ୍ରୋ । ପିଏସଏଲଭି-ଜି, ପିଏସଏଲଭି-ସିଏ ଓ ପିଏସଏଲଭି-ଏକ୍ସଏଲ୍ ଏଭଳି ୩ଟି ସଂସ୍କରଣ ରହିଛି । ସବୁଠୁ ନୂଆ ସଂସ୍କରଣ ହେଲା ଏସଏଲଭି-ଏକ୍ସଏଲ, ୩୨୦ ଟନ ଓଜନର ବସ୍ତୁ ବୋହି ନେବାକୁ ସକ୍ଷମ । ୧୯୯୩ରେ ପ୍ରଥମ ଥର ଏହି ରକେଟ୍ର ପରୀକ୍ଷଣ କରିଥିଲା ଇସ୍ରୋ, ଯାହାକି ବିଫଳ ହୋଇଥିଲା । ପରେ ୧୯୯୭ରେ ହୋଇଥିବା ୪ର୍ଥ ପରୀକ୍ଷଣ ମଧ୍ୟ ଆଶିଂକ ସଫଳ ହୋଇଥିଲା । ଏ ପର୍ଯ୍ୟନ୍ତ କରାଯାଇଥିବା ୫୩ଟି ଉତକ୍ଷେପଣରୁ ୫୧ଟି ମିଶନ ସଫଳ ହୋଇଛି । ପିଏସଏଲଭି- ସିଏର ଅର୍ଥ ମୁଖ୍ୟ ଏଲୋନ୍ । ୨୦୦୭ରେ ପିଏସ୍ଏଲଭି ସିଏର ଉତକ୍ଷେପଣ କରିଥିଲା ଇସ୍ରୋ । ପୂର୍ବ ସଂସ୍କରଣଠାରୁ ଏଥିରେ କେତେକ ପରିବର୍ତ୍ତନ କରାଯାଇଛି । ୬ଟି ଷ୍ଟ୍ରାପ ଅନ ବୁଷ୍ଟରକୁ ଏଥିରୁ ବାଦ୍ ଦିଆଯାଇଛି । ରକେଟର ପ୍ରଥମ ଭାଗରେ ଦୁଇଟି ଛୋଟ ଇନ୍ଧନ ଟାଙ୍କି ବ୍ୟବହାର କରାଯାଇଛି । ଯାହାକି ଏହି ରକେଟର ଓଜନକୁ ୪୦୦ କିଲୋଗ୍ରାମ ପର୍ଯ୍ୟନ୍ତ କମ୍ କରିପାରିଛି । ଯାହା ୧୧ଶହ କିଲୋଗ୍ରାମ ଓଜନର ବସ୍ତୁକୁ ବୋହି ନେବାକୁ ସକ୍ଷମ । ସବୁଠୁ ନୂଆ ସଂସ୍କରଣର ରକେଟ୍ ହେଉଛି ପିଏସଏଲଭି-ଏକ୍ସଏଲ । ଏଥିରେ ସବୁଠୁ ଶକ୍ତିଶାଳୀ ବୁଷ୍ଟର ବ୍ୟବହାର କରାଯାଇଛି । ପିଏସଏଲଭି ଏକ୍ସଏଲରେ ଲାଗିଥିବା ମୋଟରର ଲମ୍ବ ୧୩.୫ ମିଟର । ଏଥିରେ ୧୨ ଟନ୍ କଠିନ ଇନ୍ଧନ ବ୍ୟବହାର କରାଯାଉଛି । ୨୦୦୮ରେ ଚନ୍ଦ୍ରାୟାଣ-୧ କୁ ସଫଳତାର ସହ ପ୍ରେରଣ କରିଥିଲା ଏହି ରକେଟ୍ । ପିଏସଏଲଭିର ପେ- ଲୋଡ୍ କ୍ଷମତା ୧୮ଶହ କିଲୋଗ୍ରାମ । ଚତୁର୍ଥ ସଂସ୍କରଣ, ପିଏସଏଲଭି- 3ଏସ୍କୁ ଏବେ ବିକାଶ କରାଯାଉଛି ।
[୧]
ଆଧାର
ଭାରତୀୟ ମହାକାଶ ଅଭିଯାନ |
---|
|
ଅନୁଷ୍ଠାନ |
- Department of Space (DoS)
- Antrix Corporation
- Indian Institute of Space Science and Technology (IIST)
- Indian Institute of Remote Sensing (IIRS)
- Laboratory for Electro-Optics Systems (LEOS)
- National Atmospheric Research Laboratory (NARL)
- Physical Research Laboratory (PRL)
- Development and Educational Communication Unit (DECU)
| |
---|
ଯୋଜନା | |
---|
ଉପଗ୍ରହ |
- ଆପଲ
- ଆର୍ଯ୍ୟଭଟ୍ଟ (ଉପଗ୍ରହ)
- HAMSAT
- IMS-1
- Megha-Tropiques
- NISAR
- SARAL
- South Asia Satellite
- SRE
- SRE II
- କଳ୍ପନା-୧
- CARE
|
---|
ମହାକାଶ ପର୍ଯ୍ୟବେକ୍ଷକ | |
---|
ଗ୍ରହମାନଙ୍କର ଅନ୍ତରୀକ୍ଷ ଯାନ | |
---|
ମାନବଯୁକ୍ତ ଅନ୍ତରୀକ୍ଷ ଯାନ | |
---|
ରକେଟ |
- Engines
- Orbital
- ଏସଏଲଭି
- ଏଏସଏଲଭି
- ପିଏସଏଲଭି
- ଜିଏସଏଲଭି
- ଜିଏସଏଲଭି ମାର୍କ ୩
- Suborbital
- Concepts
- Under development
- RLV Technology Demonstration Programme
- SSLV
- SCE-200
|
---|
ସୁବିଧା |
- Indian Deep Space Network (IDSN)
- ISRO Satellite Centre (ISAC)
- ISRO Telemetry, Tracking and Command Network (ISTRAC)
- Master Control Facility (MCF)
- Satish Dhawan Space Centre (SDSC)
- Thumba Equatorial Rocket Launching Station (TERLS)
- ISRO Satellite Integration and Testing Establishment (ISITE)
- ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର
- Liquid Propulsion Systems Centre (LPSC)
- ISRO Propulsion Complex
|
---|
ଆହୁରି ଦେଖନ୍ତୁ | |
---|
- ଭାରତୀୟ ଉପଗ୍ରହଗୁଡ଼ିକର ତାଲିକା
- ସତୀଶ ଧାୱନ ସ୍ପେସ ସେଣ୍ଟରରୁ କରାଯାଇଥିବା ଉତକ୍ଷେପଣଗୁଡ଼ିକ
- ଇସ୍ରୋର ମିଶନଗୁଡ଼ିକ
|