ବଡ଼ସାହି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୮,୯୯୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବଡ଼ସାହି (କ୍ରମିକ ସଂଖ୍ୟା: ୩୨) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବେତନଟୀ ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗଣେଶ୍ୱର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାୟକଙ୍କଠାରୁ ୧୬୮୩୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରଞ୍ଜନ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୧୫,୪୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ସାହି [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ମନୋରଞ୍ଜନ ସେଠୀ ୪୮,୩୮୨ ୪୫.୨୭ -
କଂଗ୍ରେସ ଗଣେଶ୍ୱର ପାତ୍ର ୩୨,୮୮୩ ୩୦.୭୭ -
ସ୍ୱାଧୀନ ମାନସ ରଞ୍ଜନ ବେହେରା ୯,୧୧୩ ୮.୫୩ -
ଝାମୁମୋ କ୍ଷିରୋଦ ଚନ୍ଦ୍ର ପାତ୍ର ୮,୦୫୧ ୭.୫୩ -
ସମୃଦ୍ଧ ଓଡ଼ିଶା ଅନୁପମା ଦଣ୍ଡପାଟ ୨,୨୨୪ ୨.୦୮ -
ସ୍ୱାଧୀନ ଲୁନା କିଶୋର ଦଳେଇ ୧,୪୧୨ ୧.୩୨ -
ସ୍ୱାଧୀନ ରବିନ୍ଦ୍ର ନାଥ ସେଠୀ ୧,୧୬୫ ୧.୦୯ -
ବସପା ସତ୍ୟଭାମା ସେଠୀ ୧,୦୧୯ ୦.୯୫ -
ଜନ ହିତକାରୀ ପାର୍ଟି ଦିଲ୍ଲିପ କୁମାର କାଣ୍ଡ ୮୭୩ ୦.୮୨ -
ସପା ମୃତ୍ୟୁଞ୍ଜୟ ସେଠୀ ୬୮୧ ୦.୬୪ -
ଭୋଟ ବ୍ୟବଧାନ ୧୫,୪୯୯ ୧୪.୫୦* -
ମତଦାନ ହାର ୧,୦୬,୮୭୮ ୭୧.୨୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୪]

ଆଧାର