ବଣି

Common myna, near Sukhna lake Chandigarh, India

ବଣି
Conservation status
Least Concern
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordate
ବର୍ଗ: bird
ଗଣ: Passeriformes
କୁଳ: Sturnidae
ପ୍ରଜାତି: Acridotheres
ଜାତି: A. tristis
ବାଇନୋମିଆଲ ନାମ
Acridotheres tristis
Carolus Linnaeus
Acridotheres tristis

ସମଗ୍ର ଓଡ଼ିଶାରେ ବଣି ଦେଖାଯାଆନ୍ତି । ବଣି ଜଙ୍ଗଲରେ ବାସ କରିବାକୁ ଭଲପାଆନ୍ତିନାହିଁ । ସାଧାରଣତଃ ଜନବସତି ଅଞ୍ଚଳରେ ଥିବା ଗଛମାନଙ୍କରେ ନୀଡ଼ ବାନ୍ଧନ୍ତି । ବିଦ୍ୟୁତ୍ ଖୁଣ୍ଟ, ଘରର ପାରାପେଟି ଆଦିରେ ମଧ୍ୟ ବଣିମାନେ ରହୁଥିବା ଦେଖାଯାଏ । ପୋକଜୋକ, ଫଳ, ମଣିଷର ଖାଦ୍ୟର ଅବଶେଷ, ଶସ୍ୟ କଣିକା ଉପରେ ବଣିମାନେ ନିର୍ଭରଶୀଳ । ରଙ୍ଗ ଓ ଆକାର ଦୃଷ୍ଟିରୁ ମାଈ ଓ ଅଣ୍ଡିରା ବଣି ଉଭୟ ସମାନ । ବଣିମାନେ ସାଧାରଣତଃ ଗ୍ରୀଷ୍ମ ଋତୁରେ ବସା ବାନ୍ଧନ୍ତି । ମାଈବଣି ଥରକେ ୪-୫ଟି ଗାଢ଼ ନୀଳରଙ୍ଗର ଡିମ୍ବ ପାରିଥାଏ । 'କିକ୍-କିକ୍-କିକ୍' ଶବ୍ଦରୁ ବଣିଙ୍କ ଉପସ୍ଥିତି ବାରିହୋଇପଡେ । ବଣିମାନେ ଯୋଡ଼ି ଯୋଡ଼ି ବୁଲିବାକୁ ପସନ୍ଦ କରନ୍ତି । ଯୋଡ଼ିବଣି ଦେଖିବା ଶୁଭ ବୋଲି ଓଡ଼ିଆଙ୍କ ବିଶ୍ୱାସ । [୧]

ଆଧାର

  1. ସମ୍ବାଦ, ପୃଷ୍ଠା- ୨, ମନୋଜ ଭି ନାୟାର, ସୁରେନ୍ଦ୍ର ମୋହନ ପ୍ରଧାନ ଏବଂ ଆଶିଷ କୁମାର ପ୍ରଧାନଙ୍କଦ୍ୱାରା ଲିଖିତ 'କମନ୍ ନେଷ୍ଟିଙ୍ଗ୍‌ବର୍ଡ୍‌ସ ଅଫ୍ ଓଡ଼ିଶା' ପୁସ୍ତକରୁ

ଅଧିକ ତଥ୍ୟ