ମହୁମାଛି
colspan=2 style="text-align: center; background-color: transparent; text-align:center; border: 1px solid red;" | ମହୁମାଛି ଜୀବାଶ୍ମ କାଳ: Early Cretaceous – Present, 100–0 Ma
PreЄ
Є
O
S
D
C
P
T
J
K
Pg
N
| |
---|---|
The sugarbag bee, Tetragonula carbonaria | |
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
colspan=2 style="text-align: center; background-color: transparent; text-align:center; border: 1px solid red;" | Families | |
| |
colspan=2 style="text-align: center; background-color: transparent; text-align:center; border: 1px solid red;" | Synonyms | |
Apiformes (from Latin 'apis') |
ମହୁମାଛି (ଇଂରାଜୀ ଭାଷାରେ Bee/ Anthophila) ଏକ ପ୍ରକାର ଉଡ଼ନ୍ତି ପୋକ (insect) ଯାହାର ବିରୁଡ଼ି (wasp) ଓ ପିମ୍ପୁଡ଼ିମାନଙ୍କ ସାଥିରେ ସାମଞ୍ଜସ୍ୟ ଅଛି ଯେଉଁମାନେ ପରାଗ ସଙ୍ଗମ (pollination), ମହୁ ଓ ମହୁମାଛି ମହମ (beeswax) ତିଆରରେ ଭାଗ ନିଅନ୍ତି । ଏମାନେ ସୁପରଫ୍ୟାମିଲି ଆପଏଡିଆ (Apoidea) ଲାଇନର ଜୀବ ଓ କ୍ଲେଡ (clade) ଦଳରେ ଆଛି ଓ ଆନ୍ଥୋଫିଲା (Anthophila) ନାମ ଦିଆଯାଇଛି । ଦୁନିଆରେ ୭ଟି ପରିବାରରେ ପ୍ରାୟ ୧୬,୦୦୦ ଜଣାଶୁଣା ମହୁମାଛି ସ୍ପେସି ଥିବାର ଜଣାଯାଏ । [୧][୨] ଏଥି ଯୋଗୁ ଫୁଲ ଫୁଟୁଥିବା ଗଛର ଆଡାପ୍ଟିଭ ରାଡିଏସନ (adaptive radiation) ହୁଏ ଓ ସେହି ଅନୁସାରେ ମହୁମାଛିଙ୍କର ପରିବର୍ତ୍ତନ ହୁଏ ।[୩] ଆଣ୍ଟାର୍କଟିକା ବ୍ୟତୀତ ଅନ୍ୟ ସବୁ ମହାଦେଶରେ ଏମାନଙ୍କୁ ଦେଖିବାକୁ ମିଳେ ଯେଉଁଠି ଫୁଲମାନଙ୍କର ପରାଗ ସଙ୍ଗମ ହୁଏ ।
ତିନି ପ୍ରକାର ମହୁମାଛି ଯଥା:- ହନି ବି, ବମ୍ବଲ୍ବି ଓ ସ୍ଟିଙ୍ଗଲେସ ବି ମହୁମାଛି କଲୋନି କରି ସାମାଜିକ ଭାବରେ ରହନ୍ତି । ଏମାନେ ଶକ୍ତି ପାଇବା ନିମନ୍ତେ ଫୁଲମହୁ ଓ ପ୍ରୋଟିନ ତଥା ଅନ୍ୟାନ୍ୟ ପୋଷକ ପାଇବା ନିମନ୍ତେ ପରାଗ ରେଣୁ ଖାଆନ୍ତି । ଅଧିକାଂଶ ପରାଗ ରେଣୁ ଲାର୍ଭା ନିମନ୍ତେ ବ୍ୟବହୃତ ହୁଏ । ପରିବେଶ ଓ ବ୍ୟବସାୟ ଦୃଷ୍ଟିରୁ ପରାଗ ସଙ୍ଗମ ଅତି ଆବଶ୍ୟକ । ବଣୁଆ ମହୁମାଛି ସଂଖ୍ୟା କମିଯିବା ହେତୁ ବ୍ୟବସାୟୀକ ମହୁଫେଣାର ପରାଗ ସଙ୍ଗମ ମୂଲ୍ୟ ଅଧିକ ହେଉଛି ।
ମହୁମାଛିର ଆକାରରେ ପ୍ରଜାତି ଅନୁସାରେ କମ୍ ବେଶୀ ହୁଏ । ନାହୁଡ଼ ନଥିବା ମହୁମାଛି ଶ୍ରେଣୀରେ ଶ୍ରମିକ ମହୁମାଛିର ଲମ୍ବ ୨ ମି:ମି:ରୁ (୦.୦୮ ଇଞ୍ଚ) କମ୍ । ସବୁଠାରୁ ବଡ଼ ମହୁମାଛି ମେଗାଚାଇଲ ପ୍ଲୁଟୋ (leafcutter bee) ଶ୍ରେଣୀର ମାଈ ମହୁମାଛି ଲମ୍ବ ପ୍ରାୟ ୩୯ ମି:ମି: (୧.୫୪ ଇଞ୍ଚ) । ଉତ୍ତର ଗୋଲାର୍ଦ୍ଧର ସାଧାରଣ ମହୁମାଛିର ନାମ ହାଲିକ୍ଟିଡି (Halictidae) ବା ମିଠା ମହୁମାଛି । ଏଗୁଡ଼ିକ ଭୁଲକ୍ରମେ ବିରୁଡ଼ି ବା ମାଛି ବୋଲି ଭାବନ୍ତି । ବି-ଖାଦକ (bee-eater) ମେରୁଦଣ୍ଡି ପକ୍ଷୀ, ବିଉଲ୍ଫ (beewolves) ଓ ଡ୍ରାଗନଫ୍ଲାଇ (dragonflies) ପୋକ ଏହି ମହୁମାଛିଙ୍କୁ ଖାଆନ୍ତି ।
ହଜାର ହଜାର ବର୍ଷ ଧରି ଅତି କମ୍ରେ ପୁରାତନ ମିଶର ଓ ଗ୍ରୀସ ସମୟରୁ ମହୁମାଛି ପାଳିବା (beekeeping) ବା ଏପିକଲଚର ଚାଲିଆସିଛି । ମହୁ ଓ ପରାଗ ସଙ୍ଗମ ବ୍ୟତୀତ ମହୁମାଛିମାନେ ମହମ, ରୟଲ ଜେଲି (royal jelly) ଓ ପ୍ରୋପୋଲିସ (propolis) ତିଆର କରନ୍ତି । ପୁରାକାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ପୁରାଣ ଓ ଲୋକ କଥାର କଳା ଓ ସାହିତ୍ୟରେ ମହୁମାଛିମାନଙ୍କ କଥା ଉଲ୍ଲେଖ ଥାଏ ବିଶେଷତଃ ଉତ୍ତର ଗୋଲାର୍ଦ୍ଧରେ ।
ସନ ୧୯୮୦-୨୦୧୩ ମଧ୍ୟରେ ପ୍ରାୟ ୩୫୩ ବଣୁଆ ମହୁମାଛି ଓ ହୋଭର ଫ୍ଲାଇ ପ୍ରଜାତିର ଅନୁଶୀଳନରେ ଜଣାଯାଏ ଯେ ୧୯୮୦ ମସିହାରେ ଥିବା ମହୁମାଛି ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ କମିଯାଇଛନ୍ତି ।[୪]
ଜୀବନ ଚକ୍ର
ମହୁମାଛିର ଜୀବନ ଚକ୍ରରେ ଅଣ୍ଡା, ଲାର୍ଭା (larva) ବିକାଶ, ପିଉପା (pupa) ଓ ଅବଶେଷରେ ମେଟାମର୍ଫୋସିସ ହୋଇ ପୂର୍ଣ୍ଣାଙ୍ଗ ମହୁମାଛି ସୃଷ୍ଟି ହୁଏ । ଅଣ୍ଡିରା ମହୁମାଛି ପ୍ରଥମେ ବାହାରି ମାଈ ମହୁମାଛିକୁ ପ୍ରଜନନ ନିମନ୍ତେ ଖୋଜେ । ଯୌନକ୍ରିୟା ପରେ ମାଈ ମହୁମାଛି ଶୁକ୍ରାଣୁ ଷ୍ଟୋର କରେ ଓ ଉକ୍ତ ସମୟରେ ଯୋନୀର ଆବଶ୍ୟକତା ନିରୁପଣ କରେ । ଫର୍ଟିଲାଇଜ୍ଡ ଅଣ୍ଡାରୁ ମାଈ ଓ ଅଣଫର୍ଟିଲାଇଜ୍ଡ ଅଣ୍ଡାରୁ ଅଣ୍ଡିରା ମହୁମାଛି ବାହାରେ । ଉଷ୍ମକଟିବନ୍ଧ ଇଲାକାରେ ମହୁମାଛି ଏକ ବର୍ଷରେ ଅନେକ ଥର ଜୀବନ ଚକ୍ରରେ ନୂଆ ମହୁମାଛି ସୃଷ୍ଟି କରନ୍ତି । [୫][୬][୭][୮]
ଆଧାର
- ↑ Danforth, B. N.; Sipes, S.; Fang, J.; Brady, S. G. (October 2006). "The history of early bee diversification based on five genes plus morphology". PNAS. 103 (41): 15118–15123. doi:10.1073/pnas.0604033103. PMC 1586180. PMID 17015826.
- ↑ Michener, Charles D. (2000). The Bees of the World. Johns Hopkins University Press. pp. 19–25. ISBN 0-8018--6133-0.
- ↑ Buchmann, Stephen L.; Nabhan, Gary Paul (2012). The Forgotten Pollinators. Island Press. pp. 41–42. ISBN 978-1-59726-908-7. Archived from the original on 27 ମଇ 2016.
- ↑ "Widespread losses of pollinating insects revealed across Britain". The Guardian. 26 March 2019.
- ↑ Roubik, David W. (1992). Ecology and Natural History of Tropical Bees. Cambridge University Press. p. 15. ISBN 978-0-521-42909-2. Archived from the original on 17 ଜୁନ 2016.
- ↑ "The bumblebee lifecycle". Bumblebee Conservation Trust. Archived from the original on 29 ଜୁନ 2015. Retrieved 1 ଜୁଲାଇ 2015.
- ↑ "Learning About Honey Bees". The South Carolina Mid-State Beekeepers Association. Archived from the original on 1 ଜୁଲାଇ 2015. Retrieved 1 ଜୁଲାଇ 2015.
- ↑ "Solitary Bees". National Bee Unit. Archived from the original on 1 ଜୁଲାଇ 2015. Retrieved 1 ଜୁଲାଇ 2015.