ମୁଣ୍ଡପିଛା ଆୟ
![](http://upload.wikimedia.org/wikipedia/commons/thumb/0/0c/CountriesByGDPPerCapitaNominal2018.png/300px-CountriesByGDPPerCapitaNominal2018.png)
ଏକ ନିର୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିର ବାର୍ଷିକ ହାରାହାରି ଆୟକୁ ମୁଣ୍ଡପିଛା ଆୟ କୁହାଯାଏ। ଏହାକୁ ଗଣନା କରିବାକୁ ହେଲେ ଉକ୍ତ ଅଞ୍ଚଳର ମୋଟ ଆୟକୁ ତାର ଲୋକସଂଖ୍ୟାଦ୍ୱାରା ଭାଗ କରାଯାଏ। ଏହା କୌଣସି ଅଞ୍ଚଳର ଉନ୍ନତିର ମାପକାଠି ଅଟେ।[୧]
ଭାରତର ମୁଣ୍ଡପିଛା ଆୟ
୨୦୧୩ ମସିହାରେ ଭାରତର ମୁଣ୍ଡପିଛା ଆୟ $ ୧,୫୭୦ ଥିଲା, ଯାହାକି ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ ୧୬୪ଟି ଦେଶ ମଧ୍ୟରେ ଭାରତକୁ ୧୧୩ତମ ସ୍ଥାନ ପ୍ରଦାନ କରିଛି ।[୨]