ଲକ୍ଷ୍ମୀରାଣୀ ମାଝୀ

ଲକ୍ଷ୍ମୀରାଣୀ ମାଝୀ (ଜନ୍ମ ୨୬ ଜାନୁଆରୀ , ୧୯୮୯) ଜଣେ ଭାରତୀୟ ମହିଳା ତୀରନ୍ଦାଜ ‍‌ବା ତୀରଚାଳିକା (ତୀରଚାଳନା କ୍ରୀଡ଼ା - Archery) । ତାଙ୍କର ଜନ୍ମ ବର୍ତ୍ତମାନର ଝାଡ଼ଖଣ୍ଡ (ଅବିଭକ୍ତ ବିହାର) ରାଜ୍ୟର ବେଗୁଳାଠାରେ ହେଇଥିଲା । 

ପ୍ରାରମ୍ଭିକ ଜୀବନୀ 

ଝାଡ଼ଖଣ୍ଡର ପୂର୍ବ-ସିଂହଭୂମ୍ ଅଞ୍ଚଳର ସାନ୍ତାଳ ଜାତିବହୁଳ ବେଗୁଳା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀ ସେଠାକାର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ତୀରଚାଳନା ଏକାଡେମୀର ପ୍ରଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଏହି କ୍ରୀଡ଼ାରେ ତାଙ୍କ ସଫଳତା ଯୋଗୁଁ ଭାରତୀୟ ରେଳବାଇର ଛତିଶଗଡ଼ର ବିଳାସପୁର ଡିଭିଜନ୍‍ରେ ନିଯୁକ୍ତି ପାଇଥିଲେ ।[]

କ୍ରୀଡ଼ା କ୍ଷେତ୍ରରେ ଅବଦାନ 

୨୦୧୫ ବିଶ୍ୱ ତୀରଚାଳନା ପ୍ରତିଯୋଗିତାରେ ସେ ମହିଳା ବ୍ୟକ୍ତିଗତ ବିଭାଗରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ପାଇବାରୁ ବଞ୍ଚିତ ହେଇଥିଲେ । ଏହି ପ୍ରତିଯୋଗିତା ଡେନ୍‍ମାର୍କ୍ ଦେଶର କୋପେନ୍‍ହାଗେନ୍‍ଠାରେ ଅନୁଷ୍ଠିତ ହେଇଥିଲା ଓ ଦଳଗତ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।[]

୨୦୧୬ ମସିହାରେ ହୋଇଥିବା ରିଓ ଅଲିମ୍ପିକ୍ ଦଳ ପାଇଁ ସେ ଯୋଗ୍ୟତା ଅର୍ଜନ କରିଥିଲେ । ଏଥିରେ ସେ ବୌମାଲ୍ୟା ଦେବୀ ଓ ଦୀପିକା କୁମାରୀଙ୍କ ସହ ଦଳଗତ ପ୍ରତିଯୋଗୀତାରେ ଭାଗ ନେଇ ୭ତମ ସ୍ଥାନରେ ରହିଲେ । ସେମାନେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଋଷୀୟ ଦଳଠାରୁ ପରାଜୟ ବରଣ କରିଥିଲେ ।[]

ଆଧାର 

ବାହାର ଲିଙ୍କ