ହାଇଡ୍ରୋସିଲ

Hydrocele
Hydrocoele, hydrocele testis
The right testis, exposed by laying open the tunica vaginalis. (Tunica vaginalis is labeled at upper right.)
ବିଭାଗUrology
ଲକ୍ଷଣPainless fluid filled sac within the scrotum[]
କାରଣChildren: Failure of closure of the processus vaginalis[]
Adults: Filariasis, injury, following hernia surgery[]
ରୋଗ ନିର୍ଣ୍ଣୟ ପଦ୍ଧତିExamination, ultrasound[]
ସଠିକ ରୋଗ ନିର୍ଣ୍ଣୟGroin hernia, testicular tumor, epididymitis, spermatocele, varicocele[]
ଚିକିତ୍ସାObservation, surgery[]
ପୁନଃପୌନିକCommon[]

ହାଇଡ୍ରୋସିଲ, ଅନ୍ୟ ନାମ କୁରଣ୍ଡ, ଏକ ରୋଗ ଯେଉଁଥିରେ ଅଣ୍ଡକୋଷ ଚାରିପାଖରେ ତରଳ ପଦାର୍ଥ ଜମିଯିବାରୁ ବୃଦ୍ଧିପ୍ରାପ୍ତ ହୋଇଥାଏ [] ଏହା ସାଧାରଣତଃ ଅଣ୍ଡକୋଷର ଯନ୍ତ୍ରଣାହୀନ ଫୁଲା ଭାବରେ ଉପସ୍ଥାପିତ ହୁଏ ।[] [] ସାଧାରଣତଃ କେବଳ ଗୋଟିଏ ପାର୍ଶ୍ୱ ପ୍ରଭାବିତ ହୁଏ ।[] ରୋଗ ଜଟିଳ ହେଲେ ସଂକ୍ରମଣ, ରକ୍ତସ୍ରାବ କିମ୍ବା ବନ୍ଧ୍ୟାକରଣ ହୋଇପାରେ । [] ମହିଳାମାନଙ୍କଠାରେ ଲାବିଆ ମେଜୋରାରେ ଏକ ହାଇଡ୍ରୋସିଲ ସୃଷ୍ଟି ହୋଇପାରେ ।[]

ପିଲାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କାରଣ ହେଉଛି ପ୍ରୋସେସ୍ ଭାଜିନାଲିସ ବନ୍ଦ ହେବାରେ ବିଫଳତା ।[] ବୟସ୍କମାନଙ୍କ ମଧ୍ୟରେ ଫାଇଲେରିଆ, ଆଘାତ ଏବଂ ହର୍ନିଆ ଅସ୍ତ୍ରୋପଚାରର ପରେ ଏହା ସୃଷ୍ଟି ହୋଇଥାଏ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଟ୍ୟୁନିକା ଭାଜିନାଲିସ ମଧ୍ୟରେ ତରଳ ପଦାର୍ଥ ସଂଗ୍ରୁହିତ ହୋଇଥାଏ ।[] ସାଧାରଣ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ ।[]

ନବଜାତ ଶିଶୁ କ୍ଷେତ୍ରରେ ଜୀବନର ପ୍ରଥମ ବର୍ଷ କିମ୍ବା ଦୁଇ ବର୍ଷ ମଧ୍ୟରେ ସ୍ୱତଃ ସମାଧାନ ହୁଏ ।[] ଯେଉଁମାନଙ୍କର ଲକ୍ଷଣ ବିକଶିତ ହୋଇଥାଏ, ତାଙ୍କର ଅସ୍ତ୍ରୋପଚାର ହେଉଛି ପ୍ରାଥମିକ ଚିକିତ୍ସା ।[] ତରଳ ପଦାର୍ଥ ସିରିଞ୍ଜ ସାହାଯ୍ୟରେ ଟାଣି ବାହାର କରିବା ସମ୍ଭବ ଏହା ପୁନର୍ବାର ଜମିଯାଏ ।[] ନବଜାତ ଶିଶୁମାନଙ୍କ କ୍ଷେତ୍ରରେ ଫଳାଫଳ ସାଧାରଣତ ଉତ୍ତମ ଅଟେ; ବୟସ୍କ ଅବସ୍ଥାରେ ଫଳାଫଳ ମୂଳ କାରଣ ଉପରେ ନିର୍ଭର କରେ ।[]

ହାଇଡ୍ରୋସିଲ ବିଶ୍ୱରେ ଏକ ସାଧାରଣ ରୋଗର ମାନ୍ୟତା ପାଇଛି ଓ ଏହା ବିଶେଷତଃ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ବର୍ଗର ଲୋକମାନଙ୍କର ହୁଏ ।[] ଜୀବନର ପ୍ରଥମ ବର୍ଷରେ ପ୍ରାୟ ୨ରୁ ୫% ପୁରୁଷ ପ୍ରଭାବିତ ହୋଇପାରନ୍ତି ।[] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ବିଶ୍ୱାସ କରାଯାଏ ଯେ ଲଜ୍ଜା ହେତୁ ଏହି ରୋଗର ରିପୋର୍ଟ କମ ହୁଏ ।[]

ଆଧାର

  1. ୧.୦ ୧.୧ "Hydrocele in Adults | Fluid in the Scrotum | Tests & Treatment". patient.info (in ଇଂରାଜୀ). Archived from the original on 24 March 2022. Retrieved 15 May 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Huzaifa, M; Moreno, MA (January 2022). "Hydrocele". PMID 32644551. {cite journal}: Cite journal requires |journal= (help)
  3. ୩.୦ ୩.୧ ୩.୨ "Painless Scrotal Mass - Genitourinary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 25 November 2021. Retrieved 14 May 2022.
  4. ୪.୦ ୪.୧ ୪.୨ ୪.୩ Beard, JH; Ohene-Yeboah, M; devries, CR; Schecter, WP; Debas, HT; Donkor, P; Gawande, A; Jamison, DT; Kruk, ME; Mock, CN (2 April 2015). "Hernia and Hydrocele". doi:10.1596/978-1-4648-0346-8_ch9. PMID 26741001. {cite journal}: Cite journal requires |journal= (help)
  5. Dorland's Illustrated Medical Dictionary. W B Saunders Co. 2000. p. 839. ISBN 9780721662541.
  6. ୬.୦ ୬.୧ Cabana, Michael (30 August 2018). 5-Minute Pediatric Consult (in ଇଂରାଜୀ). Lippincott Williams & Wilkins. p. 1997. ISBN 978-1-9751-2684-1.