ହେମିସ୍ ଜାତୀୟ ଉଦ୍ୟାନ
ହେମିସ୍ ଜାତୀୟ ଉଦ୍ୟାନ | |
---|---|
IUCN Category II (National Park) | |
ଭାରତରେ ହେମିସ୍ ଜାତୀୟ ଉଦ୍ୟାନର ଅବସ୍ଥିତି | |
ଅବସ୍ଥାନ | ଲେହ ଜିଲ୍ଲା, ଜାମୁ ଓ କାଶ୍ମୀର, ଭାରତ |
ପାଖ ସହର | ଲେହ |
ଦିଗବାରେଣି | 33°59′00″N 77°26′00″E / 33.98333°N 77.43333°E |
କ୍ଷେତ୍ରଫଳ | ୪୪୦୦ ବର୍ଗ କି.ମି. |
ସ୍ଥାପିତ | ୧୯୮୧ |
ପରିଚାଳନା | ଭାରତ ସରକାର,ଜାମୁ ଓ କାଶ୍ମୀର ସରକାର |
ହେମିସ୍ ଜାତୀୟ ଉଦ୍ୟାନ ଭାରତର ଜାମୁ ଓ କାଶ୍ମୀର ରାଜ୍ୟର ପୂର୍ବ-ଲଦାଖ ଅଞ୍ଚଳରେ ଅବସ୍ଥିତ । ଜାତୀୟ ଉଦ୍ୟାନଟି ସମୁଦ୍ରପତନରୁ ୩୦୦୦-୬୦୦୦ ମିଟର୍ ଉଚ୍ଚରେ ଅବସ୍ଥିତ । ହିମ କଲରାପତ୍ରିଆ ବାଘ (ଈଂରାଜୀରେ snow leopard) ପାଇଁ ଏହି ଜାତୀୟ ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ । ବିଶ୍ୱର ସମସ୍ତ ସଂରକ୍ଷିତ ତୁଷାର ଚିତାବାଘ ଅଭୟାରଣ୍ୟକୁ ତୁଳନା କଲେ ହେମିସ୍ ଉଦ୍ୟାନରେ ଏମାନଙ୍କ ଘନତା ସର୍ବାଧିକ ।[୧]
ଇତିହାସ
ଭୂଗୋଳ ଓ ପରିବେଶ
ବନ୍ୟଜନ୍ତୁ
ଉଦ୍ଭିଦ
ପାରିବେଶିକ ସମସ୍ୟା
ପର୍ଯ୍ୟଟନ
ଜାତୀୟ ଉଦ୍ୟାନ ମଧ୍ୟରେ କୌଣସି ପକ୍କା ସଡ଼କ ତିଆରି କରାଯାଇନାହିଁ । ଜୁନ୍ରୁ ଅକ୍ଟୋବର ମାସ ମଧ୍ୟରେ ଜାତୀୟ ଉଦ୍ୟାନରେ ପାଦରେ ଚାଲି ଚାଲି ବୁଲିବା (ଟ୍ରେକିଂ କରିବା) ପାଇଁ ଅନେକ କଚ୍ଚା ସଡ଼କ ରହିଛି । ଶୀତ ଋତୁ ସରି ଆସିବା ବେଳ ହେଉଛି ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍) ଦେଖିବା ପାଇଁ ପ୍ରକୃଷ୍ଟ ସମୟ । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ହେମିସ୍ ବୌଦ୍ଧବିହାରରେ ହେମିସ୍ ଉତ୍ସବ ପାଳିତ ହୁଏ । ଏହି ସମୟରେ ସାମୟିକ ଆଶ୍ରୟସ୍ଥଳୀ ପ୍ରତିଷ୍ଠାକୁ କିନ୍ତୁ ପାରୁ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଏ ।
- ନିକଟତମ ବିମାନବନ୍ଦର : ଲେହର କୁଶୋକ ବକୁଳ ରିଂପୋଛେ ବିମାନବନ୍ଦର (ପ୍ରାୟ ୫ କି.ମି. ଦୂର)
- ନିକଟତମ ରେଳ ଷ୍ଟେସନ: କଳକା, ହରିଆଣା
- ନିକଟତମ ରାଜପଥ: ଲେହ-ମନାଲି ରାଜପଥ ଓ ଜାତୀୟ ରାଜପଥ ୧D (ଶ୍ରୀନଗର-କାର୍ଗିଲ୍-ଲେହ) । ଉଭୟ ରାଜପଥ ଜାତୀୟ ଉଦ୍ୟାନର ଉତ୍ତର ସୀମା ନିକଟରେ ଅବସ୍ଥିତ ।
- ନିକଟତମ ସହର: ଜାତୀୟ ଉଦ୍ୟାନ ପରିସର ମଧ୍ୟରେ କେତେକ ଗାଁ ଓ ବୌଦ୍ଧ ବିହାର ରହିଛି । ନିକଟତମ ସହର ହେଉଛି ଲେହ – ପ୍ରାୟ ୧୦ କିଲୋମିଟର୍ ।
କାଣ୍ଡା-ଲା (ଗାଣ୍ଡା-ଲା) ଗିରିପଥ
ଚିତ୍ର ଗ୍ୟାଲେରି
ସଂସ୍କୃତିରେ ଛାପ
ଏହି ଜାତୀୟ ଉଦ୍ୟାନର ପରିସୀମା ମଧ୍ୟରେ ଅନେକ ତିବ୍ୱତୀୟ ଗୋମ୍ପା (ବୌଦ୍ଧ ବିହାର) ଓ ପବିତ୍ର ସ୍ତୁପ ରହିଛି । ତନ୍ମଧ୍ୟରୁ ଗୋଟିଏ ହେଲା ୪୦୦ ବର୍ଷ ପୁରୁଣା ହେମିସ୍ ବୌଦ୍ଧବିହାର । ତିବ୍ୱତର ରେଶମ ସଡ଼କର ଯାତ୍ରୀମାନଙ୍କ ପାଇଁ ହେମିସ୍ ଏକ ବିଶ୍ରାମ ସ୍ଥଳ ଓ ଅନ୍ୟ କିଛି ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ଥିଲା । ବର୍ତ୍ତମାନ ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ପ୍ରାୟ ୧୬୦୦ ଲୋକ ବାସ କରନ୍ତି । ହେମିସ୍ ସେଚୁ ଉତ୍ସବ ସମୟରେ ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏଠାରେ ଏକତ୍ରିତ ହୁଅନ୍ତି ।
ତିବ୍ୱତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ହେମିସ୍ ବୌଦ୍ଧବିହାର ୪୦୦ ବର୍ଷ ଧରି ଏକ ତୀର୍ଥସ୍ଥଳ ରହି ଆସିଛି । ୧୯ଶ ଶତାବ୍ଦୀର ଶେଷ ଓ ୨୦ଶ ଶତାବ୍ଦୀର ଆରମ୍ଭରେ ନିକୋଲାସ୍ ନୋତୋୱିଚ୍ ନାମକ ଜଣେ ଋଷୀୟ ଅଭିଜାତ ପୁରୁଷ ଓ ସାମ୍ବାଦିକଙ୍କ ଲେଖା ଯୋଗୁଁ ହେମିସ୍ ବିହାର ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କଲା । ଏହି ଋଷୀୟ ଜଣକ ଲେଖିଥିଲେ ଯେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟ ନିଜ ଜୀବନର କିଛି ବର୍ଷ ତିବ୍ୱତ, ଲଦାଖରେ (ବିଶେଷତଃ ହେମିସ୍ ବୌଦ୍ଧବିହାରରେ) ଅତିବାହିତ କରିଥିଲେ । (ଏହାକୁ ଈଂରାଜୀରେ “Lost years of Jesus” କୁହନ୍ତି)
ହେମିସ୍ ଜାତୀୟ ଉଦ୍ୟାନ, ହେମିସ୍ ବୌଦ୍ଧବିହାର ଓ ଚାଂଥାଂ ବନ୍ୟଜୀବ ଅଭୟାରଣ୍ୟ Riding Solo to the Top of the World ନାମକ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିଲା ।
ଆହୁରି ଦେଖନ୍ତୁ
ଆଧାର
ପୁସ୍ତକ ଆଧାର
- Management Plan Hemis High Altitude National Park, Jigmet Takpa IFS and Saleem Ul Haq.
- Hemis High Altitude National Park-Government of Jammu and Kashmir, Department of Wildlife Protection, Wildlife Division(LAHDC) Leh-Ladakh
- Chettri, Nakul. 2003.
- Ladakh: The Land and the People, By Prem Singh Jina. Published by Indus Publishing, 1996 (ISBN 8173870578), (ISBN 9788173870576)