ଅହମଦାବାଦ

ଅହମଦାବାଦ
અમદાવાદ
ମହାନଗର ନିଗମ
ସବରାମତୀ ଆଶ୍ରମ , ଅହମଦାବାଦ
ସବରାମତୀ ଆଶ୍ରମ , ଅହମଦାବାଦ
Nickname: 
Amdavad /Manchester of the East / Ahmad-aabad
ଦେଶଭାରତ
ରାଜ୍ୟଗୁଜରାଟ
ଜିଲ୍ଲାଅହମଦାବାଦ
Government
 • Bodyଅହମଦାବାଦ ମହାନଗର ନିଗମ
 • Mayorଅସିତ ବୋରା
 • Deputy Mayorଦର୍ଶନ ବାଘେଲା
 • Municipal commissionerଗୁରୁପ୍ରସାଦ ମହାପାତ୍ର
Area
 • ମହାନଗର ନିଗମ464 km2 (179 sq mi)
Elevation
53 m (174 ft)
Population
 (2011)
 • ମହାନଗର ନିଗମ୫୫,୭୦,୫୮୫
 • Density22,473/km2 (58,200/sq mi)
 • Metro
୬୩,୫୨,୨୫୪
 []
ଭାଷା
 • ସରକାରୀଗୁଜରାଟି, ହିନ୍ଦୀ ଇଂରାଜୀ
Time zoneUTC+5:30 (IST)
ପିନ କୋଡ଼
380 0XX
Telephone code079
ଯାନବାହାନ ପଞ୍ଚୀକରଣGJ-1 & GJ-27
Sex ratio1.11[] ♂/♀
ସାକ୍ଷରତା86.65%[]
Civic agencyAhmedabad Municipal Corporation
Source: Census of India

ଅହମଦାବାଦ ଭାରତର ଏକ ପ୍ରମୂଖ ସହର ତଥା ଗୁଜରାଟ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଅଟେ । ଏହାର ପୁରୁଣା ନାମ କର୍ଣ୍ଣାବତୀ ଥିଲା । ସାବରମତୀ ନଦୀ କୂଳରେ ଅବସ୍ଥିତ ଏହି ମହାନଗରଟି ଭାରତର ୫ମ ବୃହତ୍ତମ ନଗର । ଅହମଦାବାଦ ଗୁଜରାଟର ପୁରୁଣା ରାଜଧାନୀ ଥିଲା , ଯାହା ଏବେ ୩୨କିମି ଦୂର ଗାନ୍ଧୀନଗରକୁ ସ୍ଥାନାନ୍ତରିତ ହେଇଯାଇଛି । ପୂର୍ବରୁ ଏହି ସହରଟି ବହୁ ଲୁଗାକଳ ଓ ବୟନଶିଳ୍ପ ପାଇଁ ପ୍ରସିଦ୍ଧ ଥିଲା, ତେଣୁ ବ୍ରିଟିଶମାନେ ଏହାକୁ "ମାଞ୍ଚେଷ୍ଟର ଅଫ ଈଷ୍ଟ" ବୋଲି ନା ଦେଇଥିଲେ । ସ୍ୱାଧୀନତା ସମୟରେ ଏହା ମହାତ୍ମା ଗାନ୍ଧୀସରଦାର ପଟେଲଙ୍କ କର୍ମଭୂମି ଥିଲା । ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଅହମଦାବାଦର ଅନ୍ୟ ମୁଖ୍ୟ ପରିଚୟ ଅଟେ । ଅଧୁନା ଏହି ସହରଟି ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ି ଉଠିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଅହମ୍ମଦାବାଦ ସହରର ନାମ ପରିବର୍ତ୍ତନ କରାଯାଇ କର୍ନବତୀ ରଖାଯିବ ବୋଲି ବିଚାର କରୁଛନ୍ତି ।[]


ଭୂଗୋଳ

ପଶ୍ଚିମ ଭାରତରେ ଅବସ୍ଥିତ ଏହି ସହର, ସମୁଦ୍ରପତନଠାରୁ ୧୭୪ଫୁଟ ଉର୍ଦ୍ଧରେ ରହିଛି । ସହରରେ ଦୁଇଟି ମୁଖ୍ୟ ହ୍ରଦ ଅଛି - କାଙ୍କରିଆ ଏବଂ ବସ୍ତ୍ରାପୁର । ସାବରମତୀ ନଦୀ ଗ୍ରୀଷ୍ମ ଋତୁରେ ଶୁଖି ଯାଉଥିବାରୁ ନଦୀରେ ଧଳା ରଙ୍ଗର ମାଟି ରହିଯାଏ । ବର୍ଷା କାଳକୁ ଛାଡ଼ିଦେଲେ ବାକି ଦିନ ଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହୁଏ । ଗ୍ରୀଷ୍ମ କାଳରେ ସହରର ଉଚ୍ଚତମ ତାପମାତ୍ରା ୪୭ ଡିଗ୍ରୀ ପହଞ୍ଚିଯାଏ ଏବଂ ଶୀତ ଋତୁରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଯାଏ ।

ଇତିହାସ

ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା । ଭାରତୀୟ ସ୍ୱତନ୍ତ୍ରତା ସଂଘର୍ଷ ସମୟରେ ଅହମଦାବାଦ ଆନ୍ଦୋଳନର ପେଁଠସ୍ଥଳି ରହିଥିଲା । ଏହି ସହରରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ସାବରମତୀ ଆଶ୍ରମ ସ୍ଥାପନା କରାଯାଇ ଥିଲା ଏବଂ ସ୍ୱତନ୍ତ୍ରତା ସଂଘର୍ଷ ସହିତ ସମ୍ବନ୍ଧିତ ଅନେକ ଆନ୍ଦୋଲନ ଏହିଠାରୁ ଆରମ୍ଭ ହୋଇଥିଲା । ଇଂରେଜ ରାଜତ୍ୱକାଳରେ ,ଏହି ସହରକୁ ସୈନିକମାନଙ୍କ ପାଇଁ ବ୍ୟବହାର କରାଯାଇଥିଲା ।

ଆଧାର

ବାହାର ଆଧାର

.