ଅଗଷ୍ଟସ

ଅଗଷ୍ଟସ
ପ୍ରିନ୍ସେପ୍ସ ସିଭିଟାଟିସ

ଅଗଷ୍ଟସଙ୍କ ପ୍ରତିମା
ପ୍ରାଇମା ପୋର୍ଟାର ଅଗଷ୍ଟସ, ପ୍ରଥମ ଶତାବ୍ଦୀ
ରୋମୀୟ ସମ୍ରାଟ
ଶାସନକାଳ ଖ୍ରୀଷ୍ଟପୂର୍ବ ଜାନୁଆରୀ ୧୬ – ଖ୍ରୀଷ୍ଟାବ୍ଦ ୧୪ ଅଗଷ୍ଟ ୧୯
ଉତ୍ତରାଧିକାରୀ ଟିବେରିଅସ
ଜୀବନସାଥୀ
  • କ୍ଲୌଡିଆ (ଖ୍ରୀଷ୍ଟପୂର୍ବ ୪୨-୪୦; ବିଚ୍ଛେଦ)
  • ଷ୍କ୍ରିବୋନିଆ (ଖ୍ରୀଷ୍ଟପୂର୍ବ ୪୦-୩୮; ବିଚ୍ଛେଦ)
  • ଲିଭିଆ (ଖ୍ରୀଷ୍ଟପୂର୍ବ ୩୭–ଖ୍ରୀଷ୍ଟାବ୍ଦ ୧୪; ତାଙ୍କ ମୃତ୍ଯୁ)
ସନ୍ତାନସନ୍ତତିଗଣ
  • ବରିଷ୍ଠ ଜୁଲିଆ
  • ଗାଇଅସ କାଇଜର (ପୋଷ୍ୟ)
  • ଲୁସିଅସ କାଇଜର (ପୋଷ୍ୟ)
  • ଆଗ୍ରିପ୍ପା ପୋସ୍ତୁମସ (ପୋଷ୍ୟ)
  • ଟିବେରିଅସ (ପୋଷ୍ୟ)
ବାପା
  • ଗାଇଅସ ଅକ୍ଟାଭିଅସ
  • ଜୁଲିଅସ କାଇଜର (ପୋଷ୍ୟ)
ମାଆ ଆଟିଆ ବାଲ୍ବା କାଏଜୋନିଆ
ଜନ୍ମ ଖ୍ରୀଷ୍ଟପୂର୍ବ ୬୩ ସେପ୍ଟେମ୍ବର ୨୩
ରୋମ, ଇଟାଲୀ, ରୋମୀୟ ସାଧାରଣତନ୍ତ୍ର
ମୃତ୍ୟ ଖ୍ରୀଷ୍ଟାବ୍ଦ ୧୪ ଅଗଷ୍ଟ ୧୯ (ବୟସ ୭୫ ବର୍ଷ)
ନୋଲା, ଇଟାଲୀ, ରୋମୀୟ ସାଧାରଣତନ୍ତ୍ର
ସମାଧି ଅଗଷ୍ଟସଙ୍କ ମୌସୁଲିଅମ, ରୋମ

ରୋମୀୟ ସମ୍ରାଟ ଅଗଷ୍ଟସ ଖ୍ରୀଷ୍ଟପୂର୍ବ ୬୩ରେ କେନ୍ଦ୍ରୀୟ ଇଟାଲୀ ଅନ୍ତର୍ଗତ ଲାଟିଅମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ଗାୟସ ଅକ୍ଟାଭିଅସ ଥ୍ରୁନିଅସ । ତାଙ୍କ ପିତା ଗାୟସ ଅକ୍ଟାଭିଅସ ଜୁଲିଅସ ସିଜରଙ୍କ ସମ୍ପର୍କୀୟ ଥିଲେ । ମାସିଡୋନିଆ ଏବଂ ଆତିଆର ସେ ଥିଲେ ଶାସକ । ଥ୍ରୁନିଅସ ମାତ୍ର ୪ବର୍ଷ ବୟସରେ ନିଜର ପିତାଙ୍କୁ ହରାଇବା ପରେ ଜୁଲିଅସ ସିଜର ତାଙ୍କୁ ପୋଷ୍ୟ କରିବା ସହ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ । ସିଜରଙ୍କ ମୃତ୍ୟୁ ପରେ ସେ ରୋମର ସମ୍ରାଟ ହୋଇଥିଲେ ଏବଂ ସିନେଟର ଅନୁମୋଦନ କ୍ରମେ ଅଗଷ୍ଟସ ନାମ ଗ୍ରହଣ କରିବା ସହ ସେହି ନାମରେ ସର୍ବତ୍ର ପରିଚିତ ହୋଇଥିଲେ । ଅଗଷ୍ଟସ ଜଣେ ସୁଶାସକ ଓ ପ୍ରବୀଣ ଯୋଦ୍ଧା ଥିଲେ । କେବଳ ଭୋକ ହେଲେ ଖାଉଥିବା ଅଗଷ୍ଟସଙ୍କ ଖାଦ୍ୟ ଅତି ସାଧାରଣ ମୋଟା ରୁଟି, ଛେନା ଓ ସବୁଜ ଫିଗ କୋଳି ଥିଲା । ସେ ମାଛ ଧରିବାକୁ ଭଲ ପାଉଥିଲେ । ସେ କାଳରେ ପ୍ରଚଳିତ ଗ୍ଳାଡ଼ିଏଟର ଲଢ଼େଇ ଓ ଅନ୍ୟ ପାଶବିକ ମନୋରଞ୍ଜନ ତାଙ୍କର ପସନ୍ଦ ନ ଥିଲା । ସେ ସିଜରଙ୍କ ପ୍ରମୁଖ ହତ୍ୟାକାରୀ ବ୍ରୁଟସଙ୍କ କଟା-ମୁଣ୍ଡକୁ ରୋମ ପଠାଇଥିବା ଇତିହାସରୁ ଜଣାପଡ଼େ । ପୁଣି ତାଙ୍କ ନିର୍ଦ୍ଦେଶରେ ସିଜର ଓ କ୍ଳିଓପାଟ୍ରାଙ୍କ ନାବାଳକ ପୁତ୍ର ସିଜରିଆନ ଓ ୩୦୦ ସଂଭ୍ରାନ୍ତଙ୍କୁ ହତ୍ୟା କରାଯାଇଥିଲା । ଏଥିରୁ ସେ ନୃଶଂସ ଥିବା ପ୍ରତିୟମାନ ହୁଏ । ସେ ଅତିମାତ୍ରାରେ ଅନ୍ଧବିଶ୍ୱାସୀ ଥିଲେ ହେଁ ଏକଦା ଭବିଷ୍ୟତବାଣୀ ସମ୍ପର୍କିତ ୨୦୦୦ ପୁସ୍ତକ ପୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳିକୁ ଡରୁଥିବା ଅଗଷ୍ଟସ ଭୟ ଦୂରକରିବା ପାଇଁ ହାତରେ ସିଲ ଚମଡ଼ାର ତାବିଜଟିଏ ବାନ୍ଧିଥିଲେ । ଜଣେ ପଠନପ୍ରିୟ ସୁଲେଖକ ଥିବା ଅଗଷ୍ଟସ ଆତ୍ମଜୀବନୀ ଓ କିଛି କବିତା ରଚନା କରିଥିଲେ । ଭର୍ଜିଲ ଏବଂ ହୋରେସ ତାଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିବା ବିଶ୍ୱାସ କରାଯାଏ । ଭର୍ଜିଲଙ୍କ ମହାକାବ୍ୟ ଏନିଡର ବିଷୟବସ୍ତୁ ଅଗଷ୍ଟସଙ୍କର ପରିକଳ୍ପନା ଥିଲା । ଭର୍ଜିଲ ନିଜ ଜୀବନକାଳରେ ଏନିଡର ରଚନା ସମାପ୍ତ କରିପାରିନଥିବାରୁ, ତାହାକୁ ପୋଡ଼ିଦେବା ପାଇଁ ଅଗଷ୍ଟସଙ୍କୁ ଅନୁରୋଧ କରିଥିଲେ । ଅଗଷ୍ଟସ ଭର୍ଜିଲଙ୍କ କଥା ନ ରଖି, ଏନିଡ଼କୁ ଅନ୍ୟମାନଙ୍କଦ୍ୱାରା ଶେଷ କରାଇ ଛାପିଥିଲେ ।

ଆଧାର

ଅଧିକ ତଥ୍ୟ

Primary sources
Secondary source material