ଏର୍ଗୋକ୍ୟାଲସିଫେରଲ
Clinical data | |
---|---|
Trade names | Drisdol, Calcidol, others |
Synonyms | viosterol |
AHFS/Drugs.com | monograph |
Pregnancycategory |
|
ATC code |
|
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.014 |
Chemical and physical data | |
Formula | C28H44O |
Molar mass | 396.65 g/mol |
3D model (JSmol) | |
Melting point | 114 to 118 °C (237 to 244 °F) |
SMILES
| |
InChI
|
ଏର୍ଗୋକ୍ୟାଲସିଫେରଲ, ଅନ୍ୟାନ୍ୟ ନାମ ଭିଟାମିନ ଡି୨ ଓ କ୍ୟାଲସିଫେରଲ (ଇଂରାଜୀ ଭାଷାରେ Ergocalciferol, ) also known as vitamin D2 and calciferol,) ଏକ ପ୍ରକାର ଜୀବସାର ଘ ବା ଭିଟାମିନ ଡି (vitamin D) ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ମଧ୍ୟ ଦିଆଯାଇଥାଏ ।[୧] ଭିଟାମିନ ଡି ଅଭାବର (vitamin D deficiency) ପ୍ରତିଷେଧ ଓ ଚିକିତ୍ସାରେ ଏହା ଏକ ଖାଦ୍ୟ ଅନୁପୂରକ ଭାବରେ ଦିଆଯାଏ ।[୨] ଅନ୍ତନଳୀରେ ଖାଦ୍ୟ ଅବଶୋଷଣ ଅଭାବ (poor absorption by the intestines) ବା ଯକୃତ ରୋଗ (liver disease) ଥିଲେ ଏହି ଭିଟାମିନ ଅଭାବ ହୋଇପାରେ ।[୩] ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହାଇପୋକ୍ୟାଲସେମିଆ (low blood calcium) ହୋଇଥିଲେ ମଧ୍ୟ ଏହା ଦିଆଯାଇପାରେ ।[୩] ଏହା ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୨][୩]
ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ଗ୍ରହଣ କଲେ ଅଧିକ ପରିସ୍ରା ତିଆରି ହୁଏ, ଉଚ୍ଚ ରକ୍ତଚାପ, ବୃକ୍କ ପଥର (kidney stones), ବୃକ୍କ ଫେଲ (kidney failure), ଦୁର୍ବଳତା ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ ।[୪] ଅନେକ ଦିନ ଧରି ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ନେଲେ ତନ୍ତୁ କ୍ୟାଲସିଫିକେସନ (tissue calcification) ହୋଇଯାଏ । [୩] ତେଣୁ ଅଧିକ ମାତ୍ରା ନେଉଥିଲେ ନିୟମିତ ରକ୍ତ କ୍ୟାଲସିଅମ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[୨] ଗର୍ଭାବସ୍ଥାରେ ସାଧାରଣ ଡୋଜ ଦେଲେ ବିପଦ ନ ଥାଏ ।[୫] ଅନ୍ତନଳୀ ଓ ବୃକ୍କଦ୍ୱାରା ଅବଶୋଷିତ ହେଉଥିବା କ୍ୟାଲସିଅମ (calcium) ପରିମାଣ ଏହା ବୃଦ୍ଧି କରେ ।[୪] କେତେକ ଛତୁରେ ଏହା ଥିବା ଦେଖାଯାଏ ।[୬]
ସନ ୧୯୩୬ରେ ପ୍ରଥମେ ଏର୍ଗୋକ୍ୟାଲସିଫେରଲ ବିଷୟ ବର୍ଣ୍ଣନା କରାଯାଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ (over the counter) ବିକ୍ରୟ ହୁଏ ନୁହେଁ ।[୪] ଇଂଲଣ୍ଡରେ ଏକ ଡୋଜର ମୁଲ୍ୟ ୧୦ ପାଉଣ୍ଡରୁ କମ୍ରେ ମିଳେ ।[୨] ଅନେକ ଦେଶରେ କେତେକ ଖାଦ୍ୟ ଯେପରିକି ବ୍ରେକଫାସ୍ଟ ସେରିଆଲ ଓ ମାର୍ଗାରିନରେ ଏର୍ଗୋକ୍ୟାଲସିଫେରଲ ଯୋଗ କରାଯାଇଥାଏ ।[୯][୧୦]
ଆଧାର
- ↑ Coulston, Ann M.; Boushey, Carol; Ferruzzi, Mario (2013). Nutrition in the Prevention and Treatment of Disease (in ଇଂରାଜୀ). Academic Press. p. 818. ISBN 9780123918840.
- ↑ ୨.୦ ୨.୧ ୨.୨ ୨.୩ British national formulary : BNF 69 (69 ed.). British Medical Association. 2015. pp. 703–704. ISBN 9780857111562.
- ↑ ୩.୦ ୩.୧ ୩.୨ ୩.୩ WHO Model Formulary 2008 (PDF). World Health Organization. 2009. p. 498. ISBN 9789241547659. Retrieved 8 December 2016.
- ↑ ୪.୦ ୪.୧ ୪.୨ "Ergocalciferol". The American Society of Health-System Pharmacists. Retrieved 8 December 2016.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 227. ISBN 9781284057560.
- ↑ "Office of Dietary Supplements - Vitamin D". ods.od.nih.gov. 11 February 2016. Retrieved 30 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 451. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Feral, Priscilla; Hall, Lee; Animals, Friends of (2005). Dining with Friends: The Art of North American Vegan Cuisine (in ଇଂରାଜୀ). Friends of Animals/Nectar Bat Press. p. 160. ISBN 9780976915904.
- ↑ Bennett, Beverly; Sammartano, Ray (2012). The Complete Idiot's Guide to Vegan Living, Second Edition (in ଇଂରାଜୀ). Penguin. p. Chapter 15. ISBN 9781615642793.