ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ
ସାଂସଦ : ଡଃ.ପ୍ରଦୀପ କୁମାର ପାଣିଗ୍ରାହୀ
(ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୧୫,୫୦,୩୬୯
ଜିଲ୍ଲା: ଗଜପତି
ଗଞ୍ଜାମ(ଆଂଶିକ)
ବିଧାନ ସଭା ମଣ୍ଡଳୀ:
  1. ଛତ୍ରପୁର
  2. ଗୋପାଳପୁର
  3. ବ୍ରହ୍ମପୁର
  4. ଦିଗପହଣ୍ଡି
  5. ଚିକିଟି
  6. ମୋହନା
  7. ପାରଳାଖେମୁଣ୍ଡି

ବ୍ରହ୍ମପୁର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ।
ଗତ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ବିଜୁ ଜନତା ଦଳ ପ୍ରାର୍ଥି ଭୃଗୁ ବକ୍ସିପାତ୍ରଙ୍କଠାରୁ ୧,୬୫,୪୭୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। [] []

୧୯୫୭ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ଲଗାତାର ଜିତିଥିଲା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ଏହି ଆସନରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।[]

ସାଂସଦଗଣ

  • ୨୦୨୪: ପ୍ରଦୀପ କୁମାର ପାଣିଗ୍ରାହୀ (ଭାରତୀୟ ଜନତା ପାର୍ଟି)
  • ୨୦୧୯: ଚନ୍ଦ୍ରଶେଖର ସାହୁ (ବିଜୁ ଜନତା ଦଳ)
  • ୨୦୦୯-୨୦୧୯ :ସିଦ୍ଧାନ୍ତ ମହାପାତ୍ର (ବିଜୁ ଜନତା ଦଳ)
  • ୨୦୦୪: ଚନ୍ଦ୍ରଶେଖର ସାହୁ (କଂଗ୍ରେସ)
  • ୧୯୯୯: ଅନାଦି ଚରଣ ସାହୁ (ଭାଜପା)
  • ୧୯୯୮: ଜୟନ୍ତୀ ପଟ୍ଟନାୟକ (କଂଗ୍ରେସ)
  • ୧୯୯୬: ପି. ଭି. ନରସିଂହ ରାଓ (କଂଗ୍ରେସ)
  • ୧୯୮୯-୧୯୯୧: ଗୋପୀନାଥ ଗଜପତି (କଂଗ୍ରେସ)
  • ୧୯୭୧-୧୯୮୪ (ବ୍ରହ୍ମପୁର ଲୋକ ସଭା): ଜଗନ୍ନାଥ ରାଓ (କଂଗ୍ରେସ)
  • ୧୯୬୭: ଜଗନ୍ନାଥ ରାଓ (କଂଗ୍ରେସ)
  • ୧୯୬୨ (ଛତ୍ରପୁର ଲୋକ ସଭା):ଅନନ୍ତ ତ୍ରିପାଠୀ ଶର୍ମା (କଂଗ୍ରେସ)
  • ୧୯୫୭: ଉମା ଚରଣ ପଟ୍ଟନାୟକ(ସ୍ବାଧିନ) ଏବଂ ମୋହନ ନାୟକ (କଂଗ୍ରେସ)
  • ୧୯୫୨ (ଗଞ୍ଜାମ ଲୋକ ସଭା): ବିଜୟ ଚନ୍ଦ୍ର ଦାସ (କମ୍ୟୁନିଷ୍ଟ)

ଆଧାର

ଆହୁରି ଦେଖନ୍ତୁ