ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : କୃଷ୍ଣ ଚନ୍ଦ୍ର ନାୟକ (ଭାଜପା) (୨୦୨୪)
ଆରକ୍ଷଣ: ଅନୁସୂଚିତ ଜାତି
ମତଦାତା ସଂଖ୍ୟା (୨୦୨୪): ୨,୧୫,୭୦୬
ଜିଲ୍ଲା: ଗଞ୍ଜାମ
ଲୋକ ସଭା ଆସନ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଛତ୍ରପୁର (କ୍ରମିକ ସଂଖ୍ୟା: ୧୨୭) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଛତ୍ରପୁର (ପୌ), ଗଞ୍ଜାମ (ବି),ରମ୍ଭା (ବି), ଛତ୍ରପୁର ବ୍ଳକ ଓ ଗଞ୍ଜାମ ବ୍ଳକ । [][]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କଠାରୁ ୧୧,୪୩୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିୟାଂଶୁ ପ୍ରଧାନ ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କଠାରୁ ୨୨୦୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: []

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଆଦିକନ୍ଦ ସେଠୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭଗବାନ ବେହେରାଙ୍କଠାରୁ ୧୬,୫୫୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ବିଧାନ ସଭା ନିର୍ବାଚନ, ଛତ୍ରପୁର []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସିପିଆଇ ଆଦିକନ୍ଦ ସେଠୀ ୪୬,୨୪୪ ୪୪.୨୬ N/A
ଭାଜପା ଭଗବାନ ବେହେରା ୨୯,୬୮୭ ୨୮.୪୨ -
କଂଗ୍ରେସ ସୋମନାଥ ବେହେରା ୨୨,୧୪୬ ୨୧.୨୦ -
ସ୍ୱାଧୀନ ଦାଶରଥୀ ବେହେରା ୩,୭୮୯ ୩.୬୩ N/A
ସମୃଦ୍ଧ ଓଡ଼ିଶା ନଟବର ବେହେରା ୨,୬୦୫ ୨.୪୯ -
ଭୋଟ ବ୍ୟବଧାନ ୧୬,୫୫୭ ୧୫.୮୫* -
ମତଦାନ ହାର ୧,୦୪,୫୦୭ ୫୫.୨୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର