ସତ୍ୟମେବ ଜୟତେ

ଭାରତର ଜାତୀୟ ଚିହ୍ନ

"ସତ୍ୟମେବ ଜୟତେ" (satyam-eva jayate सत्यमेव जयते) (ଆକ୍ଷରିକ ଅର୍ଥ: "ସତର ସଦା ଜୟ ହୁଏ") ମୁଣ୍ଡକ ଉପନିଷଦର ଏକ ହିନ୍ଦୁ ମନ୍ତ୍ର ।[] ଭାରତର ସ୍ୱାବଧିନତା ପରେ ଏହାକୁ ଜାତୀୟ ବାଣୀ ଭାବରେ ଗ୍ରହଣ କରାଗଲା ।[] ଜାତୀୟ ଚିହ୍ନ ତଳେ ଏହା ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଭାରତୀୟ ଟଙ୍କାର ଏକ ପାଖରେ ମଧ୍ୟ ଏହା ଅଙ୍କିତ । ଏହା ଖ୍ରୀ.ପୂ. ୨୫୦ରେ ଉତ୍ତର ପ୍ରଦେଶର ବାରାଣାସୀଠାରେ ସ୍ଥାପିତ ଅଶୋକଙ୍କ ସିଂହର ଏକ ଅନୁକରଣ, କିନ୍ତୁ ଏଥିରେ ବାଣୀଟି ନାହିଁ । ମୁଣ୍ଡକ ଉପନିଷଦର ୩.୧.୬ ରେ[] ଥିବା ମୂଳ ମନ୍ତ୍ରଟି ହେଲା:

ସତ୍ୟମେବ ଜଯତେ ନାନୃତମ୍ ସତ୍ୟନ ପନ୍ଥାବ ବିତତୋବଦେବଯାନଃ ।
ଯେନାକ୍ରମନ୍ୟୁତ୍ୟଷଯୋ ହ୍ୟାତ୍ମକାମୋ ଯତ୍ର ତତ୍ତ୍ୟସ୍ୟ ପରମଂ ନିଧାନଂ ॥

ଅର୍ଥ:

ସତର ସଦା ଜୟ ହୁଏ, ମିଛର ନୁହେଁ ।
ମୁନି ଋଷିମାନଙ୍କ ଦେଇ ସତର ପାବନର ପଥ ବ୍ୟାପକ ହୋଇଛି । କାମନାର ବିନାଶ ସାଧନ କରି ମୁନି ଋଷିମାନେ ମହାସତ ନିକଟରେ ପହଞ୍ଚିଥାନ୍ତି ।[]

ଆଧାର