ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୮୨୩
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ସାନଖେମୁଣ୍ଡି (କ୍ରମିକ ସଂଖ୍ୟା: ୧୩୦) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସାନଖେମୁଣ୍ଡି ବ୍ଳକ ଓ ଧରାକୋଟ ବ୍ଳକ । [][]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ନନ୍ଦିନୀ ଦେବୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କଠାରୁ ୮୨୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂହ ଦେଓଙ୍କଠାରୁ ୨୩,୫୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ସାନଖେମୁଣ୍ଡି []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ରମେଶ ଚନ୍ଦ୍ର ଜେନା ୫୦,୪୮୭ ୫୦.୩୫ -
ଭାଜପା କିଶୋର ଚନ୍ଦ୍ର ସିଂହ ଦେଓ ୨୬,୮୯୪ ୨୬.୮୨ -
ସିପିଆଇ ଏନ. ନାରାୟଣ ରେଡ୍ଡୀ ୧୫,୦୨୩ ୧୪.୮୯ -
ସ୍ୱାଧୀନ ଭାଲ ଚନ୍ଦ୍ର ଷଡ଼ଙ୍ଗୀ ୪,୫୧୯ ୪.୫୧ -
ରିସୋପା ଛବିଲାଲ ସ୍ୱାଇଁ ୧୯୬୧ ୧.୯୬ -
ସପା ଦିଲିପ କୁମାର ପାତ୍ର ୧୩୮୯ ୧.୩୯ -
ଭୋଟ ବ୍ୟବଧାନ ୨୩,୫୯୩ ୨୩.୫୩* -
ମତଦାନ ହାର ୧,୦୦,୨୭୮ ୫୫.୮୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[][]

ଆଧାର